ଏବେବି ସବୁ ସ୍ଥାନରେ ଉପଲବ୍ଧ ନାହିଁ ଟେଲିସେବା, ଜାଣନ୍ତୁ ଦେଶର କେଉଁ ସ୍ଥାନରେ ରହିଛି ଓଡିଶା

ଭୁବନେଶ୍ବର(କେନ୍ୟୁଜ୍) : ମୋବାଇଲ ଯୁଗ । ସହର କଣ ଗାଁଗହଳିରେ ବି ବିନା ମୋବାଇଲରେ ପ୍ରାୟତଃ କିଛି ବି ହେଉନାହିଁ । ସୂଚନା ମୁତାବକ ଓଡିଶାର ପ୍ରାୟ ୮ ହଜାର ଗାଁକୁ ଏବେ ବି ଟେଲି ଯୋଗାଯୋଗ ନାହିଁ। ବିଶେଷ କରି ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ ଓ ଗଜପତି ଜିଲ୍ଲାରେ ଅନେକ ଗାଁକୁ ଏବେ ବି ଟେଲି ଯୋଗାଯୋଗ ହୋଇ ପାରିନାହିଁ। କନ୍ଧମାଳରେ ୧୬୫୨, କୋରାପୁଟରେ ୧୦୨୦ ଓ ରାୟଗଡ଼ାରେ ୧୪୯୮ ଗାଁକୁ ଆଦୌ ଟେଲି ଯୋଗାଯୋଗ ସେବା ପହଞ୍ଚି ପାରିନାହିଁ। 

towerଟେଲି ଯୋଗାଯୋଗର ଯୁଗ । ୪ଜି ପରେ ଏବେ ୫ଜି କଥା ଚିନ୍ତା କଲେଣି । TRAIର ସଦ୍ୟ ତଥ୍ୟ ଅନୁସାରେ ଓଡ଼ିଶାର ଟେଲିଡେନସିଟି ହେଉଛି ୭୫ ଦଶମିକ ୬୮ ପ୍ରତିଶତ । ଅର୍ଥାତ ରାଜ୍ୟରେ ପ୍ରତି ଶହେରେ ପ୍ରାୟ ୭୫ ଜଣଙ୍କ ପାଖରେ ମୋବାଇଲ ଓ ଟେଲିଫୋନ୍‌ ସେବା ପହଞ୍ଚିଛି । ଜୁନ ୩୦ ସୁଦ୍ଧା ଓଡିଶାରେ ୩ କୋଟି ୨୭ ଲକ୍ଷ ୩୩ ହଜାର ୧୬୧ ଲୋକଙ୍କ ପାଖରେ ମାବାଇଲ ଫୋନ ଅଛି । ୨୫ ପ୍ରତିଶତ ଲୋକଙ୍କ ପାଖରେ ଫୋନ ସେବା ଏବେ ବି ଅପହଞ୍ଚ । ବଡ ରାଜ୍ୟ ମଧ୍ୟରେ ଓଡ଼ିଶା ୧୫ ତମ ସ୍ଥାନରେ ରହିଛି । ଓଡ଼ିଶା ପଛରେ ଅଛନ୍ତି ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ ଓ ବିହାର । ଏହି ରାଜ୍ୟରେ ଓଡ଼ିଶା ଠାରୁ ବି କମ ପ୍ରତିଶତ ଲୋକ ଫୋନ ବ୍ୟବହାର କରୁଛନ୍ତି ।

odishaସୂଚନା ମୁତାବକ ରାଜ୍ୟର ପ୍ରାୟ ୮ ହଜାର ଗାଁକୁ ଏବେ ବି ଟେଲି ଯୋଗାଯୋଗ ନାହିଁ। ବିଶେଷ କରି ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ ଓ ଗଜପତି ଜିଲ୍ଲାରେ ଅନେକ ଗାଁକୁ ଏବେ ବି ଟେଲି ଯୋଗାଯୋଗ ହୋଇ ପାରିନାହିଁ। କନ୍ଧମାଳରେ ୧୬୫୨, କୋରାପୁଟରେ ୧୦୨୦ ଓ ରାୟଗଡ଼ାରେ ୧୪୯୮ ଗାଁକୁ ଆଦୌ ଟେଲି ଯୋଗାଯୋଗ ସେବା ପହଞ୍ଚି ପାରିନାହିଁ। ଉପାନ୍ତ ଅଂଚଳଗୁଡିକରେ ଟାୱାର ଲଗାଇ ନାହାନ୍ତି ଟେଲି ଯୋଗାଯୋଗ କଂପାନୀ। ଟେଲିଡେନସିଟିରେ ଆଗରେ ଅଛି ରାଜଧାନୀ ଦିଲ୍ଲୀ । ଏଠାରେ ଟେଲିଡେନସିଟି ହେଉଛି ୨୪୦ ଦଶମିକ ୫୩ ପ୍ରତିଶତ । ଦେଶରେ ୧୧୮ କୋଟି ଲୋକ ଟେଲିଫୋନ ବ୍ୟବହାର କରୁଥିବା ବେଳେ ୧୧୬ କୋଟି ଲୋକଙ୍କ ପାଖରେ ମୋବାଇଲ ଫୋନ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.