Below header

କରୋନା ଲଢ଼େଇରେ କଥା ମାନିଲେନି, ବଦଳି ହେଲେ ଯାଜପୁର ସିଡିଏମ୍‌ଓ

ଯାଜପୁର ଟାଉନ (କେ ନ୍ୟୁଜ୍‌) : କରୋନା ମୁକାବିଲାରେ ଅସହଯୋଗ ପାଇଁ ବଦଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ବଦଳି । ତାଙ୍କ ସ୍ଥାନରେ ଡାକ୍ତର ସୁଧାଂଶୁ ଶେଖର ବଳଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ଜିଲ୍ଲାରେ କରୋନା ମୁକାବିଲା ପରିଚାଳନାରେ ତତ୍ପରତା ନଦେଖାଇବା ଏବଂ ଜିଲ୍ଲା ପ୍ରଶାସନକୁ ସହଯୋଗ ନକରିବା କାରଣରୁ ରାଜ୍ୟ ସରକାର ବଦଳି କରିଥିବା ଯାଜପୁର ଜିଲ୍ଲାପାଳ ରଂଜନ ଦାସ ସୂଚନା ଦେଇଛନ୍ତି ।
ପୂର୍ବରୁ କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲରେ ଦୁଇଜଣ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.