Below header

ବାହାର ରାଜ୍ୟରୁ ଗାଁକୁ ପଳାଇ ଆସିଥିବା ଲୋକଙ୍କ ସୂଚନା ଜିଲ୍ଲା ପ୍ରଶାସନକୁ ଦେବାରୁ ମହିଳାଙ୍କୁ ଗୁଳି କରି ହତ୍ୟା କଲେ

କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଲକ୍‌ଡାଉନ୍‌ ଜାରି ଯୋଗୁ ବିଭିନ୍ନ ରାଜ୍ୟରେ କାମ ଧନ୍ଦା ପାଇଁ ଯାଇଥିବା ଲୋକେ ଅଟକି ରହିଯାଇଛନ୍ତି । ଯଦିଓ ବିଭିନ୍ନ ରାଜ୍ୟର ସରକାର ଅଟକି ରହିଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ।

ତଥାପି ବାହାର ରାଜ୍ୟରୁ ଲୋକେ ନିଜ ନିଜର ଗାଁକୁ ଫେରୁଛନ୍ତି । ଏହି ଲୋକମାନଙ୍କୁ ଗାଁରେ ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ଏମତି ଘଟଣାକୁ ନେଇ ଗାଁରେ ଲୋକଙ୍କ ମଧ୍ୟରେ କଳହ ଓ ମାଡପିଟ୍‌ ଲାଗୁଥିବା ଦେଖାଯାଉଛି ।

ନିକଟରେ ବାହାରୁ ଆସିଥିବା ଲୋକଙ୍କ ବିଷୟରେ ଖବର ଦେବାରୁ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାଯାଇଛି । ଘଟଣାଟି ଘଟିଛି ଉତ୍ତରପ୍ରଦେଶ ମୈନପୁରୀର ଅନ୍ନୀପୁର ଗାଁରେ ।

ବିଭିନ୍ନ ମହାନଗରୀକୁ ଯାଇଥିବା କିଛି ଲୋକ ଉକ୍ତ ଗାଁରେ ପହଞ୍ଚିବା ପରେ ଗାଁର ରୋଜଗାର ସେବକ ବିନୟ ଯାଦବ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ବାହାରୁ ଆସିଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା ।

ଏହାକୁ ନେଇ ଗାଁରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ଏତେ ଉଗ୍ର ରୂପ ନେଇଥିଲା ଯେ ଶେଷରେ ଗାଁରେ ଗୁଳି ଚାଲିଥିଲା । ଗୋଟିଏ ଗୋଷ୍ଠି ବିନୟଙ୍କ ଘରେ ପହଞ୍ଚି ଗୁଳି ଚଳାଇଥିଲେ ।

ଏଥିରେ ବିନୟଙ୍କ ଭାଉଜ ସଂଧ୍ୟା ଯାଦବଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ପୋଲିସ୍‌ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.