Below header

ମାତିଲେ ଲୁଟେରା, ଫାଇନାନ୍ସ କମ୍ପାନୀର କର୍ମଚାରୀ କହି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ସାଢେ ତିନି ଲକ୍ଷ ଟଙ୍କା

ସାଲେପୁର(କେନ୍ଯୁଜ୍): ମାତିଲେ ଲୁଟେରା । ଦିନ ଦ୍ୱିପହରେ ବନ୍ଧୁୁୁକ ମୁନରେ ସାଢେ ତିନି ଲକ୍ଷ ଟଙ୍କା ଲୁଟ୍ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଭାତପଡା ଛକ ନିଟକରେ । କେନ୍ଦ୍ରାପଡା ଅଞ୍ଚଳର ଫଳ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ୟବସାୟୀ ଜଣକ ଏକ ବୋଲେରୋରେ କଟକ ମାଲଗୋଦାମକୁ ଯାଉଥିଲେ ।

ଏହି ସମୟରେ ଫାଇନାନ୍ସ କମ୍ପାନୀର କର୍ମଚାରୀ କହି ୩ ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇଥିଲେ। ପରେ ବ୍ୟବସାୟୀଙ୍କୁ ବନ୍ଧୁକରେ ପିଟିବା ସହ ସାଢେ ତିନି ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଥିଲେ । ଏଥିରେ ବ୍ୟବସାୟୀ ଓ ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.