ବିନା ମାଟିରେ ୧୦ ବର୍ଷ ଧରି ଛାତ ଉପରେ ଫଳ, ପନିପରିବା ଚାଷ କରୁଛନ୍ତି ଏହି ମହିଳା

ଅତ୍ୟାଧୁନିକ ସହରରେ ବାସ କରୁଥିବା ଲୋକଙ୍କ ପାଇଁ ବଗିଚା କରିବା ଫଳ, ଫୁଲ ଆଦି ଚାଷ କରିବା ଏକ ପ୍ରକାର ଅସମ୍ଭବ କହିଲେ ଚଳେ । ଜାଗାଭାବ କାରଣରୁ ସେମାନେ ଏହି କାମ କରି ପାରନ୍ତି ନାହିଁ । ଏହି ସବୁ ପାଇଁ ସେମାନେ ବିଶେଷ ଭାବେ ମଲରେ ମିଳୁଥିବା ଖାଦ୍ୟ ଜିନିଷ ଉପରେ ହିଁ ନିର୍ଭରଶୀଳ । କିନ୍ତୁ ପୁନେରେ ବାସ କରୁଥିବା ନିଲା ରେନବିକର ପଞ୍ଚପୋର ମର୍ଡନ ସହରରେ ବାସ କରୁଥିଲେ ମଧ୍ୟ ଏପରି ଏକ ଅସମ୍ଭବକୁ ସମ୍ଭବ କରି ଦେଖେଇ ପାରିଛନ୍ତି । ନିଲା ପାଖାପାଖି ୧୦ ବର୍ଷ ହେବ ନିଜ ଘରର ଛାତ ଉପରେ ବିନା ମାଟିରେ ବିଭିନ୍ନ ପ୍ରକାର ଫଳ, ପନିପରିବା ଆଦି ଚାଷ କରୁଛନ୍ତି । ମାତ୍ର ୪୫୦ ସ୍କ୍ୱାୟର ଫୁଟ ଅଂଚଳରେ ଏକ ଦଶନ୍ଧି ହେବ ଚାଷ କରି ଆସୁଛନ୍ତି ନୀଲା ।

 

soil gardening

ନିଜର ଏହି ଟେରେଷ୍ଟ ଗାର୍ଡେନରେ ଖାଲି ଫଳ ନୁହେଁ ବିଭିନ୍ନ ପ୍ରକାର ଶାଗ, ପନିପରିବା ଆଦି ବି ଚାଷ କରନ୍ତି ନୀଳା ।କିନ୍ତୁ ବିଶେଷ କଥା ହେଉଛି ନୀଲା ଏଥିପାଇଁ କୌଣସି ପ୍ରକାର ସ୍ପେଶାଲ ଟେକନିକର ବ୍ୟବହାର କରନ୍ତି ନାହିଁ । ଗଛ ଗୁଡିକର ପୋଷଣ ପାଇଁ ସେ ଶୁଖିଲା ପତ୍ର, ରୋଷେଇ ଘରର ଓଦା ଅଳିଆ ଆବର୍ଜନା, ଗୋବର ଆଦିର ବ୍ୟବହାର ହିଁ କରିଥାନ୍ତି । ନୀଲାଙ୍କ ଅନୁଯାୟୀ ମାଟି ଅପେକ୍ଷା ଏହି ଜିନିଷ ଗୁଡିକ ଅଧିକ ସମୟ ପର୍ଯ୍ୟନ୍ତ ଆଦ୍ର ରହିଥାଏ । ଏହା ଦ୍ୱାରା ଗଛ ମାନେ ଶୀଘ୍ର ବଢି ପରିବା ସହିତ ସୁସ୍ଥ ସବଳ ମଧ୍ୟ ରହିଥାନ୍ତି ।

ଛୋଟ ବେଳରୁ ହିଁ ପ୍ରକୃତିକୁ ଖୁବ ଭଲ ପାଆନ୍ତି ନୀଳା । ଘର ତଥା ରୋଷେଇ ଘର ଆଦିରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ନଷ୍ଟ କରିବା ପସନ୍ଦ କରନ୍ତି ନାହିଁ । ଏହି ସବୁଥିରୁ କିପରି କମ୍ପୋଷ୍ଟ ପ୍ରସ୍ତୁତ କରିବା ଶୈଳୀ ସେ ନିଜ ସାଙ୍ଗମାନଙ୍କ ଠାରୁ ଶିଖିଥିଲେ । ବାସ ସେବେ ଠାରୁ ହିଁ ନିଲାଙ୍କର ବଗିଚା ପ୍ରସ୍ତୁତି ଆରମ୍ଭ ହୋଇଗଲା ଓ ନିଜ ରୋଷେଇ ଘରୁ ବାହାରୁଥିବା ପନିପରିବା, ଫଳ ଆଦିର ଚୋପା, ଚାହା ପତିରୁ ନିଜେ ହିଁ କମ୍ପୋଷ୍ଟ ଖତ ପ୍ରସ୍ତୁତ କରିଥିଲେ । ଘରେ ଗାର୍ଡେନିଂ ଶିଖିବା ପାଇଁ ଇଣ୍ଟର ନେଟର ସାହାରା ବି ନେଇଥିଲେ ନିଲା । ନିଲାଙ୍କ କହିବା ମୁତାବକ

ବିନା ମାଟିରେ ଗଛ ଲଗାଇଲେ ଏହି ସବୁ ଫାଇଦା ହୋଇଥାଏ:

୧. ବିନା ମାଟିରେ ବଗିଚା ପ୍ରସ୍ତୁତ କଲେ ବଗିଚାର ଗଛ ଗୁଡିକରେ ପୋକ ଲାଗେନାହିଁ ।

୨. ଗଛ ଚାରି ପାଖରେ ଅନାବନା ଗଛ ବି ଉଠେ ନାହିଁ । ଏଣୁ ବେଶିଥର ଗଛ ଉପାଡିବାକୁ ପଡ଼ିନଥାଏ ।

୩. ମାଟିରେ ଗଛ ଲଗାଇଲେ ଅଧିକ ପୋଷଣର ଆବଶ୍ୟକତା ପଡିବା ସହ ନିୟମିତ ପାଣି ଦେବା ଦରକାର । କମ୍ପୋଷ୍ଟ ଏହି ସମସ୍ତ ପୋଷଣ ଆପେ ଆପେ ମିଳିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.