ସମୟ ତିନି ମାସରୁ କମ୍‌ : ହକି ବିଶ୍ୱ କପ୍‌ ପାଇଁ ଏଯାଏଁ ମିଳିନି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର (କେନ୍ୟୁଜ୍‌) : ହକି ବିଶ୍ୱକପ୍‌ ଆୟୋଜନ ବାବଦରେ ଏଯାଏ କିଛି କେନ୍ଦ୍ରୀୟ ଅନୁଦାନ ମଳି ନାହିଁ ।
ଆଗାମୀ ନଭେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମ୍‌ରେ ହେବ ୨୦୧୮ ହକି ବିଶ୍ୱକପ୍‌ । ତେବେ ଆଉ ପ୍ରାୟ ତିନି ମାସ ସମୟ ବାକି ଅଛି । ତେବେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଏଥିଲାଗି କୌଣସି ସହାୟତା ଦେଇ ନାହାନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା । କେନ୍ଦ୍ରକୁ ତୀବ୍ର ସମାଲୋଚନା କରି ମନ୍ତ୍ରୀ କହିଛନ୍ତି, ବିଶ୍ୱକପ୍‌ ଭଳି ମେଗା ଇଭେଣ୍ଟ ଆୟୋଜନ କେବଳ ରାଜ୍ୟର ଦାୟିତ୍ୱ ନୁହେଁ । କେନ୍ଦ୍ରର ବି ଦାୟିତ୍ୱ ରହିଛି । ଆଉ ମାସ କେଇଟା ଥିବା ବେଳେ ଏଯାଏ ଅନୁଦାନ ନମିଳିବା ଦୁଃଖଦାୟକ । ସଂସଦରେ ସାଂସଦ ଝିନ୍ନ ହିକକା ଓଡ଼ିଶାରେ ହେବାକୁ ଥିବା ବିଶ୍ୱକପ୍‌ ଆୟୋଜନ ପାଇଁ କେତେ ଅନୁଦାନ ମିଳିଛି, ସେ ନେଇ ଜାଣିବାକୁ ଚାହିଁଥିଲେ । ହେଲେ, ଉତ୍ତରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଥିଲେ, ଓଡ଼ିଶାରେ ଆୟୋଜିତ ହକି ବିଶ୍ୱ ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ କୌଣସି ବ୍ୟୟବବରାଦ ହୋଇନାହିଁ । ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ଯାଏ ଭୁବନେଶ୍ୱରରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.