Below header

ମୋଦିଙ୍କୁ ମିଳିଲା ‘ୟୁଏନଇପି ଚାମ୍ପିୟନ୍‌ସ ଅଫ ଦି ଆର୍ଥ’ ପୁରସ୍କାର

ନୂଆଦିଲ୍ଲୀ : ‘ୟୁଏନଇପି ଚାମ୍ପିୟନ୍‌ସ ଅଫ ଦି ଆର୍ଥ’ ଆଓ୍ଵାର୍ଡ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମର ଏହା ସର୍ବୋଚ୍ଚ ପରିବେଶ ପୁରସ୍କାର । ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ ନେତୃତ୍ୱ ନେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

modi

ଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରର୍ସ ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମ୍ମାନ ଭାରତର ୧୦୦ କୋଟି ଲୋକଙ୍କୁ ପରିବେଶ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ କରିଛି ବୋଲି ମୋଦି କହିଛନ୍ତି । ଏଥିସହ ଜଂଗଲକୁ ଜୀବନ ଠାରୁ ଅଧିକ ଭଲ ପାଉଥିବା ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳି ବୋଲି ପୁରସ୍କାର ଗ୍ରହଣ ଅବସରରେ କହିଛନ୍ତି ମୋଦି । ଗତମାସ ୨୬ ତାରିଖରେ ମିଳିତ ଜାତିସଂଘର ୭୩ତମ ସାଧାରଣ ପରିଷଦ ବୈଠକରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.