ଏଠାରେ ବିଷଧର ସାପର ବ୍ଯାପିଲା ଆତଙ୍କ, ପ୍ରତି ପାଦରେ ଲୋକଙ୍କୁ ଦେଖାଗଲା ମୃତ୍ଯୁ

ଆନ୍ଧ୍ରପ୍ରଦେଶରେ ଏକ ଆଶ୍ଚର୍ଯ୍ଯକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଛୋଟ ଦ୍ବୀପରେ ହଠାତ୍ ବିଷଧର ସାପମାନେ ଆର୍କମଣ କରିଛନ୍ତି। ସାପଙ୍କର ମାତ୍ର ଏତେ ଅଧିକ ରହିଛି କି ଏଠାରେ ଲୋକଙ୍କ ରହିବା ଅସମ୍ଭବ ହୋଇଯାଇଛି। ଯେଉଁଠାରେ ପାଦ ରଖିଲେ ମୃତ୍ଯୁର ଭୟ ଲାଗିରହିଛି। ଏପରିକି ସେଠାକାର ସ୍ଥାନୀୟ ବାସିନ୍ଦା ଶାନ୍ତିର ନିଦରେ ଶୋଇ ମଧ୍ୟ ପାରୁ ନାହାନ୍ତି। ସାପର ଆତଙ୍କରୁ ବଞ୍ଚିବା ପାଇଁ ପୂଜା- ଅର୍ଚ୍ଚନା ଆରମ୍ଭ କରାଯାଇଛି।

ଆନ୍ଧ୍ରପ୍ରଦେଶର ଏହି ଛୋଟ ଦ୍ବୀପରେ ଯେତେବେଳେ ସାପ କାମୁଡ଼ା ସଂଖ୍ଯା ବହୁ ମାତ୍ରାରେ ବଢ଼ିବାରେ ଲାଗିଛି। ଏପରିକି ସ୍ଥାନୀୟ ଲୋକ ସାପକୁ ଅଟକାଇବା ପାଇଁ ପୂଜା ଏବଂ ବିଭିନ୍ନ ପ୍ରକାରର ଯଜ୍ଞ କରିଥିବା। ଏହି ଦ୍ବୀପରେ ପ୍ରାୟ ସମସ୍ତ ବ୍ଯକ୍ତି ସାପଙ୍କ ଭୟରେ ଡ଼ରି ବସିଛନ୍ତି। ଏଠାରେ ସାପରେ ହଠାତ୍ ସାପ ସଂଖ୍ଯା ବଢ଼ିବାର କାରଣ ଜାଣିବାକୁ ଚେଷ୍ଠା ଚାଲିଛି।

snakes-in-yard

କୁହାଯାଉଛି କି ଖାଇବା ପାଇଁ ବେଙ୍ଗଙ୍କର ଅଭାବ ଘଟିବାରୁ ସାପ ଗୁଡ଼ିକ କ୍ଷେତ ଏବଂ ପଡ଼ିକୁ ଛାଡ଼ି ଦ୍ବିପରେ ଥିବା ଘର ଆଡ଼କୁ ମୁହାଁଇଛନ୍ତି। ଏହାପରେ ମନୁଷ୍ଯ ବସ୍ତିରେ ହାହାକାର ହୋଇଯାଇଛି। ଏପରିକି  ପରିସ୍ଥିତି ବହୁତ ଖରାପ ହୋଇଯାଇଛି। ସ୍ଥାନିୟଲୋକ ବେଙ୍ଗକୁ ମାରି ବୈବସାୟ କରିଥିବାରୁ ସେହି ଅଞ୍ଚଳରେ ବେଙ୍ଗଙ୍କର ଅଭାବ ନଜର ଆସିଛି। ଏଥିପାଇଁ ସାପ ନିରୁପାୟ ହୋଇ ସ୍ଥାନିୟ ବାସିନ୍ଦାଙ୍କୁ ନିଜର ଶିକାର କରିଛନ୍ତି।

hognose-snake

ସୂଚନା ଅନୁଯାୟୀ ବିଗତ ଅନେକ ଦିନ ହେବ ଏଠାରେ ସାପ ଏବଂ ସ୍ଥାନୀୟ ବାସୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଆସିଛି। ନଦୀ ଏବଂ ବଙ୍ଗଲାର ଖାଡ଼ିରେ ଘେରା ହୋଇଥିବା ଏହି ସ୍ଥାନ ଜଙ୍ଗଲି ଜନ୍ତୁଙ୍କର ଆଶ୍ରୟସ୍ଥଳୀ ପାଲଟିଛି। ଏଠାକାର ଲୋକ ବେଙ୍ଗ ବୈବସାୟ କରିଥିବା ବେଳେ ୨୦୧୦ ମସିହା ପରେ ଏହା କମ ମାତ୍ରାର ଦେଖାଯାଇଥିଲା। କାରଣ ବୈବସାୟ କାରଣରୁ ଏଠାରେ ବେଙ୍ଗ ପ୍ରାୟତଃ ଲୋପ ପାଇଯାଇଥିଲେ। ଏଥିସହ ସ୍ଥାନଟି ସନ୍ତସନ୍ତିଆ ଏବଂ ଜଙ୍ଗଲୀ ଥିବାରୁ ଏଠାରେ ଅତ୍ଯଧିକ ପରିମାଣର ସାପଙ୍କ ଉପସ୍ଥିତ ଦେଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.