ଚଣ୍ଡିଖୋଲରେ ସ୍ଥାପନ ହେବ ଷ୍ଟ୍ରାଟେଜିକ୍‌ ଅଏଲ୍‌ ରିଜର୍ଭର

ଯାଜପୁର (କେନ୍ଯୁଜ୍)ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ସ୍ଥାପନ ହେବ ଷ୍ଟ୍ରାଟେଜିକ୍‌ ଅଏଲ୍‌ ରିଜର୍ଭର । ଏନେଇ ଆଜି ସଚିବାଳୟରେ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ସଚିବାଳୟରେ ମୁଖ୍ୟସାଶନ ସଚିବ ଆଦିତ୍ୟ ପାଢୀଙ୍କ ସହ ଆଲୋଚନା କରିଛନ୍ତି ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସଞ୍ଜୟ ସୁଧୀର । ଦେଶର ସର୍ବବୃହତ ଏହି ତୈଳ ରିଜର୍ଭର୍‌ ପାଇଁ ୪ଶହ ଏକର ଜମି ଆବଶ୍ୟକ । ଏନେଇ ଆଲୋଚନା କରାଯାଇଛି । ୪ ମିଲିୟନ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପକୁ ୬୦ ମାସରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହେବ ୬ହଜାର ୫ଶହ କୋଟି ଟଙ୍କା । ଆଜିର ବୈଠକରେ ଶିଳ୍ପ ସଚିବ, ରାଜସ୍ୱ ସଚିବ ପ୍ରମୁଖ ଯୋଗ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.