Below header

 BEL ରେ ନିଯୁକ୍ତି, ଇଂଜିନିୟରିଂ ପଢିଥିଲେ ତୁରନ୍ତ କରନ୍ତୁ ଆବେଦନ

ପ୍ରୋଜେକ୍ଟ ଇଂଜିନିୟର -୧ ଏବଂ ଟ୍ରେନି ଇଂଜିନିୟର-୧ ପାଇଁ BEL ରେ କରନ୍ତୁ ଆବେଦନ । ଇଂଜିନିୟରିଂ କରିଥିଲେ ୨୪ ଜୁନ୍‌ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ପକ୍ଷରୁ ଚାକିରି ସୁଯୋଗ । ଏଠାରେ ପ୍ରୋଜେକ୍ଟ ଇଂଜିନିୟର -୧ ଏବଂ ଟ୍ରେନି ଇଂଜିନିୟର-୧ ପଦବୀରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଇଂଜିନିୟରିଂ ଗ୍ରାଜୁଏଟ୍ସ ପାଇଁ ବମ୍ପର ଭର୍ତ୍ତି ହେଉଛି ।  ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।  ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ଫର୍ମ ପୂରଣ କରିଦିଅନ୍ତୁ । ଏଥିପାଇଁ ଆପଣ ବିଇଏଲ୍‌ର ଅଫିସିଆଲ ୱେବସାଇଟକୁ ଯାଇ କରନ୍ତୁ ।

ପଦବୀ ବିବରଣୀ : ୨୦୫

ଟ୍ରେନି ଇଂଜିନିୟର : ୧୯୧

ପ୍ରୋଜେକ୍ଟ ଇଂଜିନିୟର : ୧୪

ନୋଟିସ ଦେଖିବା ପାଇଁ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୨୪ ଜୁନ୍‌, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ବିଇ, ବିଟେକ, ବିଏସଏସି ଡିଗ୍ରୀ କରିଥିବା ଜରୁରୀ । ଇଂଜିନିୟରିଂ ସମ୍ବନ୍ଧୀୟ କୌଣସି କୋର୍ସ କରିଥିଲେ କରିପାରିବେ ଆବେଦନ । ଏହାସହିତ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ ।

ବୟସ ସୀମା : ପ୍ରୋଜେକ୍ଟ ଇଂଜିନିୟର ପଦବୀ ପାଇଁ ବୟସ ସୀମା ୩୨ ବର୍ଷ ଏବଂ ଟ୍ରେନି ଇଂଜିନିୟର ପଦବୀ ପାଇଁ ବୟସ ସୀମା ୨୮ ବର୍ଷ ରହିଛି ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ପ୍ରଥମେ ଲିଖିତ ପରୀକ୍ଷା ହେବ, ତା’ ପରେ ଇଣ୍ଟରଭ୍ୟୁ କରାଯିବ । ଦୁଇଟି ଯାକ ପର୍ଯ୍ୟାୟରେ ଚୟନ ହେବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://jobapply.in/bel2023JUNBNG/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.