ଜୁଗାଡ ହେବ ତ ଏମିତି, ଗୋଟିଏ ବାଇକରେ ୭ଜଣ ବସିବା ଭଳି ବ୍ୟବସ୍ଥା

ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଲାରେ ଏମିତି ଏକ ଜୁଗାଡ଼କୁ ନେଇ ଏବେ ଚର୍ଚ୍ଚା ହେଉଛି। ଏହି ଜୁଗାଡ଼ରେ ଗୋଟିଏ ମୋଟରସାଇକେଲରେ ପାଖାପାଖି ୭ଜଣ ବସିବା ଭଳି ବ୍ୟବସ୍ଥା କରାଯାଇଥିବବେଳେ ଏହି ଗାଡ଼ିଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କୌଣସି ବି କାମ କରନ୍ତୁ ସେମାନେ ସବୁ କାମକୁ ସିଧା ତରିକାରେ ନୁହେଁ ବରଂ ନିଜ ବୁଦ୍ଧି ବଳରେ କରିଥାନ୍ତି। ଯାହାକୁ ଆମେ ଯୁଗାଡ଼ ବୋଲି କହିଥାଉ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଅନେକ ଭିଡିଓ ଏମିତି ହୋଇଥାଏ ଯେ ଯାହାକୁ ଦେଖିବା ପରେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଭିଡିଓକୁ ଦେଖିବା ପରେ କହିବେ ଆରେ ଭାଇ ଏ ଦୁନିଆରେ କେତେ କେତେ ପ୍ରତିଭାଶୀଳ ବ୍ୟକ୍ତି ଅଛନ୍ତି।

ତେବେ ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଲାରେ ଏମିତି ଏକ ଜୁଗାଡ଼କୁ ନେଇ ଏବେ ଚର୍ଚ୍ଚା ହେଉଛି। ଏହି ଜୁଗାଡ଼ରେ ଗୋଟିଏ ମୋଟରସାଇକେଲରେ ପାଖାପାଖି ୭ଜଣ ବସିବା ଭଳି ବ୍ୟବସ୍ଥା କରାଯାଇଥିବବେଳେ ଏହି ଗାଡ଼ିଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ଜୁଗାଡ଼ ଗାଡ଼ିକୁ ବାରାବଙ୍କି ସହର ଦେଇ ଲକ୍ଷ୍ମୌ-ଅଯୋଧ୍ୟା ଜାତୀୟ ରାଜପଥରେ ଯାଉଥିବା ଦେଖିବାକୁ ମିଳିଥିଲା। ଦୁଇ ଚକିଆ ଜୁଗାଡ଼ ମୋଟରସାଇକେଲରେ ଜଣେ ବ୍ୟକ୍ତି ନିଜ ସହିତ ପ୍ରାୟ ଆଠଜଣଙ୍କୁ ବସାଇ ନେଇ ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି ।

ଏହି ଗାଡ଼ିରେ ତିନିଜଣ ଆଗରେ ବସିଥିବା ବେଳେ ବାକି ପାଞ୍ଚଜଣ ପଛରେ ବସିଛନ୍ତି। ଗାଡି ପଛପାଖରେ  ମହିଳା ଏବଂ ଶିଶୁ ବି ବସିଥିବାର ଜଣାପଡୁଛି। ଦୂରରୁ ଦେଖିଲେ ଏହା ଏକ ଠେଲା ଗାଡି ଭଳି ଲାଗୁଥିବା ବେଳେ ପାଖରୁ ଦେଖିଲେ ବାଇକରେ ଜୁଗାଡ଼ କରାଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି।

ତେବେ ଏଭଳି ଗାଡ଼ିର ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଏଭଳି ଗାଡି ଚଳାଇବା ଜମାରୁ ସୁରକ୍ଷିତ ନୁହେଁ। ଆଉ ଜାଣେ ବ୍ୟକ୍ତି ଏଭଳି ଅସୁରକ୍ଷିତ ଗାଡି ଚଳାଇବା ବିପଦଜ୍ଜନକ । ନିଜେ ବସିବା ସହିତ ପିଲା ଓ ମହିଳାଙ୍କୁ ବି ବସାଇଥିବାର ଦେଖି ସେ ଏହାକୁ ପସନ୍ଦ କରିନାହାନ୍ତି।  ପୁଣି ଗାଡ଼ି ଚଳାଉଥିବା ବ୍ୟକ୍ତି ହେଲମେଟ ବି ପିନ୍ଧି ନାହାନ୍ତି କି ପଛରେ ବସିଥିବା କାହାକୁ ହେଲମେଟ ପିନ୍ଧାଇ ନାହାନ୍ତି । ଗାଡିଟିରେ ମଧ୍ୟ କୌଣସି ନମ୍ବର ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ପୋଲିସ୍ ଏଭଳି ଗାଡ଼ିକୁ କେମିତି ଅନୁମତି ଦେଇଛି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.