ଫୋନକୁ Exchange କରାଉଥିଲେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ହୋଇପାରେ ବଡ ସମସ୍ୟା

ଆପଣଙ୍କ ଫୋନ ପୁରୁଣା ହୋଇଯାଇଛି କି ? ଏହାକୁ ଆଉ ବ୍ୟବହାର କରିବାକୁ ଇଚ୍ଛା ନାହିଁ ? ତେବେ ଏପରି ସ୍ଥିତିରେ ଆପଣ ଫୋନ ବଦଳାଇବାକୁ ନିହାତି ଭାବୁଥିବେ । ଯଦି ଏମିତି କିଛି ପ୍ଲାନ କରୁଛନ୍ତି ତେବେ ନିହାତି ଭାବେ ଏହିସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଟିକେ ଭୁଲ ରେ ସବୁ ଗୁପ୍ତ ତଥ୍ୟ ହୋଇପାରେ ଲିକ ।

ଆପଣଙ୍କ ଫୋନ ପୁରୁଣା ହୋଇଯାଇଛି କି ? ଏହାକୁ ଆଉ ବ୍ୟବହାର କରିବାକୁ ଇଚ୍ଛା ନାହିଁ ? ତେବେ ଏପରି ସ୍ଥିତିରେ ଆପଣ ଫୋନ ବଦଳାଇବାକୁ ନିହାତି ଭାବୁଥିବେ । ଯଦି ଏମିତି କିଛି ପ୍ଲାନ କରୁଛନ୍ତି ତେବେ ନିହାତି ଭାବେ ଏହିସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଟିକେ ଭୁଲ ରେ ସବୁ ଗୁପ୍ତ ତଥ୍ୟ ହୋଇପାରେ ଲିକ । ଏବେ ତ ସେଲ ପାଇଁ ଇ-କମର୍ସ ପ୍ଲାଟଫର୍ମ ମଧ୍ୟ ବଢିଆ ଅଫର ରଖୁଛି । ଯେମିତିକି ଗ୍ରାହକ ବିକ୍ରି ଆଗରୁ କିଛି ଦ୍ଵନ୍ଦ ରହିବେ ନାହିଁ ।

ଦେଶର କେତେକ ବଡ଼ ବଡ଼ ଅନଲାଇନ ପ୍ଲାଟଫର୍ମରେ ଫେଷ୍ଟିଭାଲ ସେଲ୍‌ ମାସ ମାସ ଧରି ଚାଲିଥାଏ। ଲୋକଙ୍କୁ ସେଲ୍‌ ସମୟରେ ବଢ଼ିଆ ଡିଲ୍‌ ସବୁ ମିଳିଥାଏ। ଇ-କମର୍ସ ପ୍ଲାଟଫର୍ମ ଉପରେ ସବୁଠାରୁ ଅଧିକ ଡିମାଣ୍ଡ ସ୍ମାର୍ଟଫୋନର ହିଁ ରହିଥାଏ। ଯଦି ଆଗକୁ ବି ଆପଣ ଏହି ଡିଲ୍‌ଗୁଡ଼ିକର ଫାଇଦା ଉଠାଇବାକୁ ଯାଇ ନୂଆ ଫୋନ୍‌ କିଣିବାକୁ ଯୋଜନା କରୁଛନ୍ତି କିମ୍ବା ପୁରୁଣା ଆଣ୍ଡୋଏଡ୍‌ ସ୍ମାର୍ଟଫୋନ ବିକ୍ରି କରିବାକୁ ଚାହୁଁଛନ୍ତି, ତ ଆପଣଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିବ। ଏହାଦ୍ୱାରା ଆପଣଙ୍କ ଫୋନ୍‌ର ଡାଟା ମଧ୍ୟ ସେଭ୍‌ ରହିବ ଏବଂ ସାମ୍ନା ବ୍ୟକ୍ତି ଫୋନର ଡାଟାକୁ ବି ଭୁଲ୍‌ ତରିକାରେ ବ୍ୟବହାର କରି ପାରିବ ନାହିଁ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଜରୁରୀ ଟିପ୍ସ କହିବୁ।

-ନିଜ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିବା ସମୟରେ ଏହାକୁ କ୍ଲିନ କରିବାକୁ ଭୁଳନ୍ତୁ ନାହିଁ। ହୁଏତ ଆପଣଙ୍କ ଫୋନ ଯଦି ସଫା ବା କ୍ଲିନ ଦେଖାଯାଉନଥିବ ତେବେ ଦାମ କମ ହେବାର ସମ୍ଭାବନା ରହିବ । ହୁଏତ କେହି କେହି ଏହାକୁ କିଣିବେ ନାହିଁ। କାରଣ ଜିନିଷର ଲୁକ୍‌ ଭଲ ନଥିଲେ କେହି ବି ତାକୁ ନେବାକୁ ପସନ୍ଦ କରିବେ ନାହିଁ।

-ଫୋନ୍‌ ଫ୍ୟାକ୍ଟ୍ରି ରିସେଟ୍‌ କରନ୍ତୁ: ପୁରୁଣା ଫୋନ୍‌କୁ ବିକ୍ରି କରିବା ପୂର୍ବରୁ ଫ୍ୟାକ୍ଟ୍ରି ରିସେଟ କରିବା ଜରୁରୀ। ଏମିତି କରିବା ଦ୍ୱାରା ଆପଣଙ୍କ ମୋବାଇଲରେ ଥିବା ସମସ୍ତ ଡାଟା ଡିଲିଟ୍‌ ହୋଇଯିବ। ଫୋନକୁ ରିସେଟ କରିବା ପାଇଁ ସେଟିଙ୍ଗ୍‌ରେ ‘ବ୍ୟାକ୍‌ଅପ ଆଣ୍ଡ ରିସେଟ’ ଅପଶନକୁ ଯାଆନ୍ତୁ। ଏହି ଅପଶନ ଉପରେ କ୍ଲିକ୍‌ କରୁ କରୁ ଆପଣଙ୍କର ସମସ୍ତ ଡାଟା ଡିଲିଟ୍‌ ହୋଇଯିବ।

-ନିଜ ବ୍ୟକ୍ତିଗତ ଡାଟାର ବ୍ୟାକଅପ ନିଅନ୍ତୁ: ନିଜର ସ୍ମାର୍ଟଫୋନ ବିକ୍ରି କରିବା ପୂର୍ବରୁ ନିଜ ବ୍ୟକ୍ତିଗତ ଡାଟାର ବ୍ୟାକଅପ୍‌ ନିଶ୍ଚିତ ଭାବେ ନେବା ଉଚିତ। ଏମିତି କରିବା ଦ୍ୱାରା ଆପଣଙ୍କ ଡାଟା ସବୁବେଳେ ସୁରକ୍ଷିତ ରହିବ। ଏଥିପାଇଁ ସେଟିଙ୍ଗ୍‌ସରେ ବ୍ୟାକଅପ୍‌ ଅପଶନ ଉପରେ କ୍ଲିକ୍‌ କରନ୍ତୁ। ଏହା ପରେ ଆପଣଙ୍କ ଡାଟା ଆପେ ଗୁଗଲ ଡ୍ରାଇଭରେ ସେଭ୍‌ ହୋଇଯିବ।

-ଆକାଉଣ୍ଟସ୍‌ ଲଗ୍‌-ଆଉଟ କରି ନିଅନ୍ତୁ: ଫ୍ୟାକ୍ଟ୍ରି ରିସେଟ୍‌ କରିବା ପୂର୍ବରୁ ନିଜର ସମସ୍ତ ଗୁଗଲ ଏବଂ ଅନ୍ୟାନ୍ୟ ଅନଲାଇନ ଆକାଉଣ୍ଟଗୁଡ଼ିକୁ ଲଗ୍‌-ଆଉଟ କରି ଦିଅନ୍ତୁ।

-ମାଇକ୍ରୋSD କାର୍ଡ ହଟାଇ ନିଅନ୍ତୁ: ଯଦି ଆପଣ ନିଜ ଫୋନରେ ମାଇକ୍ରୋSD କାର୍ଡ ବ୍ୟବହାର କରୁଛନ୍ତି, ତା’ ହେଲେ ଏହାକୁ ନିଜ ଫୋନରୁ ହଟାଇ ଦିଅନ୍ତୁ। ଆପଣଙ୍କୁ ପ୍ରଥମରୁ ଚେକ୍‌ କରି ନେବା ଉଚିତ କି, ଏଥିରେ ରହିଥିବା ଡାଟା ସୁରକ୍ଷିତ କି ନାହିଁ। ଏହାପରେ ଫୋନ୍‌ରୁ ସିମ୍‌ ହଟାଇବାକୁ ଆଦୌ ଭୁଲନ୍ତୁ ନାହିଁ।

-ହ୍ଵାଟସ୍‌ଆପ ଚାଟ୍‌ର ବ୍ୟାକ୍‌ଅପ ନିଶ୍ଚୟ ନିଅନ୍ତୁ: ଯଦି ଆପଣଙ୍କ ହ୍ଵାଟଟ୍‌ଆପରେ ଜରୁରୀ ଚାଟ୍‌ସ ଅଛି, ତା’ ହେଲେ ଏହାର ବି ବ୍ୟାକ୍‌ଅପ ନେଇ ଯାଆନ୍ତୁ। ଏହାଦ୍ୱାରା ଆପଣ ନିଜର ନୂଆ ଡିଭାଇସ୍‌ରେ ହ୍ଵାଟସ୍‌ଆପ ଚାଟ୍‌ ବ୍ୟାକଅପକୁ ରିଷ୍ଟୋର କରି ପାରିବେ।

-ଫୋନ୍‌ ଏନ୍‌କ୍ରିପ୍ଟେଡ ଅଛି କି ନାହିଁ: ଫ୍ୟାକ୍ଟ୍ରି ରିସେଟ ପୂର୍ବରୁ ଏହା ଚେକ୍‌ କରି ନିଅନ୍ତୁ କି, ଫୋନ୍‌ ଏନ୍‌କ୍ରିପ୍ଟେଡ ଅଛି କି ନାହିଁ। ଯଦି ନାହିଁ, ତା’ ହେଲେ ଆପଣ ମାନୁଆଲି ଏହାକୁ କରି ପାରିବେ। ଏହାଦ୍ୱାରା କୌଣସି ବ୍ୟକ୍ତିଙ୍କୁ ଫୋନ୍‌ର ଡାଟା ନେବା ବହୁତ ମୁସ୍କିଲ ହୋଇଯିବ। ଅଧିକାଂଶ ନୂଆ ଫୋନ୍‌ ଏବେ ଏନ୍‌କ୍ରିପ୍ଟ ଆସୁଛି।