ପ୍ରବଳ ଗ୍ରୀଷ୍ମ କୋପରୁ ମିଳୁନି ନିସ୍ତାର: ଆସନ୍ତା ଦୁଇ ଦିନ ଅନୁଭୂତ ହେବ ଅସ୍ୱାଭାବିକ ଗରମ

ଦିନରେ ସିଭିୟର ହିଟ୍‌ୱେଭ୍‌ ସହ ରାତିରେ ପ୍ରବଳ ତାତି। ଏଥିପାଇଁ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସୋନପୁରକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ରାତିରେ ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ।

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ପ୍ରବଳ ଗ୍ରୀଷ୍ମ କୋପରୁ ମିଳୁନି ନିସ୍ତାର। ରାଜ୍ୟରେ ଆସନ୍ତା ଦୁଇ ଦିନ ଅନୁଭୂତ ହେବ ଅସ୍ୱାଭାବିକ ଗରମ। ଦିନରେ ସିଭିୟର ହିଟ୍‌ୱେଭ୍‌ ସହ ରାତିରେ ପ୍ରବଳ ତାତି। ଏଥିପାଇଁ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସୋନପୁରକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ରାତିରେ ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ।

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକୋପରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ସିଭିୟର ହିଟୱେଭ୍‌ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡରେ ସ୍ୱାଭାବିକଠାରୁ ଅଧିକ ରହିବ ପାରଦ। ସେପଟେ ଆସନ୍ତା ୧୮ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.