ଭାରତୀୟ ନୌସେନାରେ ଖାଲିପଡିଛି ପଦବୀ, ମାଟ୍ରିକ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଭାରତୀୟ ନୌସେନାରେ ଅଗ୍ନିବୀର ଯୋଜନାରେ ୧୦୦ ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ମାଟ୍ରିକ ପାସ୍‌ କରିଥିଲେ ୧୫ ଜୁନ୍‌ ଭିତରେ ତୁରନ୍ତ କରନ୍ତୁ ଆବେଦନ । ଜାଣନ୍ତୁ ଆବେଦନର ପ୍ରକ୍ରିୟା ।

ଭାରତୀୟ ନୌସେନା ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନାରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଏଠାରେ ୧୦୦ ପଦବୀରେ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ ଆବେଦନ କରନ୍ତୁ । ଆବେଦନ କରିବାର ଶେଷ ତାରିଖ ୧୫ ଜୁନ୍‌୨୦୨୩ ରହିଛି ।

ପଦବୀ ବିବରଣୀ : ୧୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ଜୁନ୍‌ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସ୍କୁଲ ବୋର୍ଡରୁ ମାଟ୍ରିକ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ନୋଟିଫିକେସନ ଅନୁଯାୟୀ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବ ।

କେମିତି ହେବ ଚୟନ :

ଭାରତୀୟ ନୌସେନା ପ୍ରବେଶ ପରୀକ୍ଷା(କମ୍ପ୍ୟୁଟର ଆଧାରିତ ଅନଲାଇନ ପରୀକ୍ଷା) ଜରିଆରେ ହେବ । ଭାରତୀୟ ନୌସେନା ପ୍ରବେଶ ପରୀକ୍ଷା ଆଧାରରେ ସର୍ଟଲିଷ୍ଟ କରାଯାଇ ଲିଖିତ ଏବଂ ଶାରୀରିକ ପରୀକ୍ଷା ଦେବାକୁ ହେବ । ଶେଷରେ ପ୍ରାର୍ଥୀଙ୍କ ଚୟନ ହେବା ପରେ ଚିକିତ୍ସା ପରୀକ୍ଷା ଆଧାରରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁପ ପ୍ରାର୍ଥୀ ଆବେଦନ କରିବା ପାଇଁ ୫୫୦ ଟଙ୍କା ଆବେଦନ ଶୁଳ୍କ ହେବାକୁ ହେବ ।

ଏମିତି କରନ୍ତୁ ଆବେଦନ :

ପ୍ରଥମେ ଇଣ୍ଡିଆନ ନୌସେନାର ଅଫିସିଆଲ ସାଇଟ୍‌ joinindiannavy.gov.in କୁ ଯାଆନ୍ତୁ ।

ଏହାପରେ ପ୍ରାର୍ଥୀ ଆବଶ୍ୟକ ବିବରଣୀ ସହିତ ରେଜିଷ୍ଟ୍ରେସନ କରିବାକୁ ହେବ ।

ତା’ ପରେ ଅଗ୍ନିବୀର ଭର୍ତ୍ତି ପାଇଁ ଆବଶ୍ୟକତା ଥିବା ସମସ୍ତ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ ।

ଆବେଦନ ଫର୍ମ ଜମା କରିବା ପରେ ଆବେଦନ ଶୁଳ୍କ ଭରିବାକୁ ହେବ ।

ଏହାପରେ ଆବେଦନ ଫର୍ମ ସବମିଟ୍‌ କରନ୍ତୁ ।

ଶେଷରେ ଆପ୍ଲିକେସ ଫର୍ମର ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://img.freejobalert.com/uploads/2023/05/Notification-Indian-Navy-MR-02_2023-Batch-Vacancy.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.