Below header

ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କର୍ମଚାରୀ ଅଫିସର ପାଇଁ ୫୩୯୬ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଓଡିଶା ସବ ଅର୍ଡିନେଟ କର୍ମଚାରୀ ଚୟନ ଆୟୋଗ (OSSSC) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ୫୩୯୬ ପଦବୀରେ ହେବ ଭର୍ତ୍ତି । ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ ।

ଓଡିଶାରେ ସରକାରୀ ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡିଶା ସବ ଅର୍ଡିନେଟ କର୍ମଚାରୀ ଚୟନ ଆୟୋଗ (OSSSC) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କର୍ମଚାରୀ ଅଧିକାରୀ ପାଇଁ ୫୩୯୬ ପଦବୀ ପାଇଁ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ େଓ୍ଵବସାଇଟ www.osssc.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ : ୫୩୯୬

ଜୁନିଅର ଆସିଷ୍ଟାଣ୍ଟ : ୩୦୯୯

ପଞ୍ଚାୟତ କର୍ମଚାରୀ ଅଧିକାରୀ : ୨୨୯୭

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୭, ୨୦୨୩ ରହିଛି ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ହୋଇଥିବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଆସିଷ୍ଟାଣ୍ଟ ପାଇଁ ପ୍ରାର୍ଥୀଙ୍କ ପାଇଁ କମ୍ପ୍ୟୁଟର ସ୍କିଲ ସହିତ କଳା/ବାଣିଜ୍ୟ/ବିଜ୍ଞାନରେ ଗ୍ରାଜୁଏସନ କରିଥିବା ଜରୁରୀ।

ପଞ୍ଚାୟତ କର୍ମଚାରୀ ଅଧିକାରୀ ପାଇଁ ପ୍ରାର୍ଥୀ କୌଣସି ବିଷୟରେ ୧୨ମ୍‌ ପାସ୍‌ କରିଥିବା ଜରୁରୀ।

ଆବେଦନ କରିବାର ଉପାୟ:

ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ OSSSC ର ଅଫିସିଆଲ େଓ୍ଵବସାଇଟ୍‌ www.osssc.gov.in କୁ ଯାଆନ୍ତୁ । ଏହାପରେ ଅନଲାଇନ ହୋମ ପେଚକୁ ଯାଇ ଅନଲାଇନ ଆବେଦନ ଉପରେ କ୍ଲିକ୍‌ କରନ୍ତୁ ।
ନୂଆ ୟୁଜର କ୍ଲିକ୍‌ କରିବା ପରେ ରେଜିଷ୍ଟ୍ରର କରନ୍ତୁ।

ଏହାପରେ ପୋଟାର୍ଲ ଲଗଇନ କରି ଜେଏ ଏବଂ ପିଇଓ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆବେଦନ ଫର୍ମ ପୂରଣ କରନ୍ତୁ। ଫର୍ମ ଜମା କରିବା ପରେ ଭବିଷ୍ୟ ପାଇଁ ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.osssc.gov.in/Docs/Advertisment-492.PDF

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.