୬ ଦିନ ସଂଘର୍ଷ ପରେ ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା

୬ ଦିନ ସଂଘର୍ଷ ପରେ ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବନିତା ସିଂ । ସ୍ୱାମୀ ଚନ୍ଦନ ରଣା ତାଙ୍କ ଉପରେ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା । ଚନ୍ଦନ ନବବିବାହିତା ବନିତାଙ୍କ ଉପରେ ଫିଙ୍ଗିଥିଲେ ଏସିଡ୍‌ ।

ବାଲେଶ୍ୱର(କେନ୍ୟୁଜ):  ୬ ଦିନ ସଂଘର୍ଷ ପରେ ଆଖି ବୁଜିଲେ ବାଲେଶ୍ୱର ଜିଲ୍ଲାର ଏସିଡ୍‌ ପୀଡିତା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବନିତା ସିଂ । ସ୍ୱାମୀ ଚନ୍ଦନ ରଣା ତାଙ୍କ ଉପରେ ଏସିଡ୍‌ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା । ଚନ୍ଦନ ନବବିବାହିତା ବନିତାଙ୍କ ଉପରେ ଫିଙ୍ଗିଥିଲେ ଏସିଡ୍‌ ।

ଏଥିରେ ବଡ଼ ଭଉଣୀ ସମେତ ଦୁଇ ଶିଶୁ ମଧ୍ୟ ଆହତ ହୋଇଥିଲେ । ଚନ୍ଦନଙ୍କ ଦ୍ୱିତୀୟ ପତ୍ନୀ ବନିତା ସିଂ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଚନ୍ଦନ ରଣା ଫେରାର୍‌ ଅଛି । ତାକୁ ଖୋଜୁଛି ସହଦେବଖୁଣ୍ଟା ଥାନା ପୋଲିସ । ଏହି ଘଟଣାରେ ଚନ୍ଦନର ପ୍ରଥମ ପତ୍ନୀ ଓ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି । ତେବେ କାହିଁକି ବନିତାଙ୍କ ଉପରେ ଏସିଡ୍‌ ଫିଙ୍ଗିଲା ଚନ୍ଦନ । ଚନ୍ଦନର ପ୍ରଥମ ପତ୍ନୀ ମଧ୍ୟ ଏସିଡ୍‌ ଆକ୍ରମଣ ଷଡ଼ଯନ୍ତ୍ରରେ ସାମିଲ ଥିବା ବାଲେଶ୍ୱର ଏସ୍‌ପି କହିଛନ୍ତି । ସେପଟେ ଅଭିଯୁକ୍ତ ସ୍ୱାମୀକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ବନିତାଙ୍କ ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.