ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ୫୦ରୁ ଅଧିକ ଯୁବତୀଙ୍କ ଯୌନ ନିର୍ଯାତନା ଦେଉଥିଲେ ଇଣ୍ଟିରିଅର ଡିଜାଇନର, ପୋଲିସ କଲା ଗିରଫ

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ଯୁବତୀଙ୍କୁ ଫସାଉଥିଲେ ଇଣ୍ଟିରିଅର ଡିଜାଇନର । ୫୦ରୁ ଅଧିକ ଯୁବତୀଙ୍କୁ ଯୌନ ନିର୍ଯାତନା ଏବଂ ଫେକ୍‌ ଆକାଉଣ୍ଟ ଖୋଲିଥିବା ଅଭିଯୋଗରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ଯୁବତୀଙ୍କୁ ଫସାଉଥିଲେ ଇଣ୍ଟିରିଅର ଡିଜାଇନର । ଆଉ ଏବେ ଦିଲ୍ଲୀ ପୋଲିସ ହାତରେ ଧରାପଡିଲେ । ୩୨ ବର୍ଷୀୟ ଇଣ୍ଟିରିଅର ଡିଜାଇନର ସୋସିଆଲ ମିଡିଆରେ ଯୁବତୀଙ୍କୁ ହଇରାଣ କରିବା ସହିତ ଯୌନ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି । ଆଉ ଯୁବକ ଜଣକ ଅନେକ ବଡ ଫାର୍ମରେ କାମ ମଧ୍ୟ କରିଛନ୍ତି । ୫୦ରୁ ଅଧିକ ଯୁବତୀଙ୍କୁ ଯୌନ ନିର୍ଯାତନା ଏବଂ ଫେକ୍‌ ଆକାଉଣ୍ଟ ଖୋଲିଥିବା ଅଭିଯୋଗରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

ଗିରଫ ଯୁବକ ଜଣକ ଇନଷ୍ଟାଗ୍ରାମରେ ନକଲି ଆକାଉଣ୍ଟ ଖୋଲି ଯୁବତୀଙ୍କୁ ଫସାଉଥିଲେ । ଆଉ ଯୁବତୀଙ୍କୁ ଫସାଇବା ପରେ ସେମାନଙ୍କର ଫଟୋ ଏବଂ ଭିଡିଓ ଦ୍ୱାରା ଅନ୍ୟ ପ୍ରୋଫାଇଲ ଖୋଲି ଯୁବକଙ୍କୁ ଫସାଇବାକୁ ଚେଷ୍ଟା କରୁଥିଲେ । ୫୦ରୁ ଅଧିକ ଯୁବତୀଙ୍କର ନକଲି ଆକାଉଣ୍ଟ ଖୋଲିଥିଲେ । ଆଉ ସେମାନଙ୍କୁ ଫସାଇବା ପରେ ଫଟୋ ଏବଂ ଭିଡିଓକୁ ଆଣି ଅନ୍ୟ ନକଲି ଆକାଉଣ୍ଟ ଖୋଲି ବ୍ୟବହାର କରୁଥିଲେ। ଇନଷ୍ଟାଗ୍ରାମରେ ଅପଲୋଡ କରି ମେସେଜ ଏବଂ ଫଟୋକୁ ବ୍ୟବହାର କରି ବ୍ଲାକମେଲ୍‌ କରୁଥିଲେ ।

ଗିରଫ ହୋଇଥିବା ବ୍ୟକ୍ତି ଜଣକ ୫୦ରୁ ଅଧିକ ଯୁବତୀଙ୍କ ଫଟୋ ଏବଂ ଭିଡିଓ ନେବା ପୋଲିସ କହିଛି । ଯୁବତୀଙ୍କ ଫଟୋ ଏବଂ ଡାଟା ଗିରଫ ହୋଇଥିବା ଯୁବକଙ୍କ ଫୋନରୁ ପୋଲିସ ପାଇଛି । ସେହିପରି ତାଙ୍କ ପାଖରୁ ଆଇଫୋନ, ଅନେକ ସିମ୍‌ କାର୍ଡ ମଧ୍ୟ ପୋଲିସ ଜବତ କରିଛି । ଇଣ୍ଟିରିଅର ଡିଜାଇନରକୁ ଦିଲ୍ଲୀ ପୋଲିସ ଗିରଫ କରିବା ପରେ ତାଙ୍କ ବିରୋଧରେ କେସ୍‌ ଦାୟର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.