ସବୁଠୁ ଅଧିକ କର ଦେଉଥିବା ବଲିଉଡ ତାରକା ଅକ୍ଷୟ କୁମାର, ଏପର୍ଯ୍ୟନ୍ତ ରୋଜଗାର କଲେଣି ୩ ହଜାର କୋଟି

ଅକ୍ଷୟ କୁମାର ବଲିଉଡ ସୁପରଷ୍ଟାର । ତାଙ୍କର ବାପା ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ତାଙ୍କ ପ୍ରଥମ ସିନେମାରେ ୫୦ ହଜାର ଟଙ୍କା ମିଳିଥିଲା । ୧୦ କୋଟି ଟଙ୍କା କମାଇବା ପାଇଁ ତାଙ୍କୁ ୧୨ ବର୍ଷ ସମୟ ଲାଗିଥିଲା । ସେ ଏପରି ଭାବେ ୧୦୦ କୋଟିକୁ ଛୁଇଁ ଯାଇଥିଲେ । ଅକ୍ଷୟ ଏପର୍ଯ୍ୟନ୍ତ ୩ ହଜାର କୋଟିଟଙ୍କା କମାଇଥିବା କହିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ଅକ୍ଷୟ କୁମାର ବଲିଉଡ ସୁପରଷ୍ଟାର । ଷ୍ଟଣ୍ଡମ୍ୟାନ ଭାବେ ବଲିଉଡରେ ନା କରିଛନ୍ତି । ତାଙ୍କ ଅଭିନୀତ ସିନେମା ଗୁଡ଼ିକରେ ଜବରଦସ୍ତ ଷ୍ଟଣ୍ଡ ଦେଖିବାକୁ ମିଳିଥାଏ । ଏହାସହ ଆକସନର ଧମାକା ଭିରିକି ରହିଥାଏ । ରୋମାନ୍ସ ସହ କମେଡ଼ିର ପଞ୍ଚ ମଧ୍ୟ ଦେଖିବାକୁ ମିଳିଥାଏ ତାଙ୍କ ସିନେମାରେ । ବଲିଉଡକୁ ସେ ଆକସନଠୁ କମେଡ଼ି ରୋମାନ୍ସ ଏମିତି ଅନେକ ସିନେମା ଭେଟି ଦେଇଛନ୍ତି । ଏବେବି ସେ ଅନେକ ସିନେମାରେ କାମ କରୁଛନ୍ତି ଯାହା ଖୁବଶୀଘ୍ର ରିଲିଜ ହେବ । ଏହାସହ ଅନେକ ଦାମୀ ବ୍ରାଣ୍ଡର ଆଡ୍‌ରେ ଦେଖିବାକୁ ମିଳୁଛି ଅକ୍ଷୟଙ୍କୁ । ଏଭଳି ଭାବେ ଅକ୍ଷୟ ବର୍ଷକ କୋଟି କୋଟି ଟଙ୍କା କମାଉଛନ୍ତି । ଏଠାରେ ଆସି ପହଁଚିବାରରେ ତାଙ୍କୁ କିନ୍ତୁ ଅନେକ କସରତ କରିବାକୁ ପଡ଼ିଥିଲା । ବହୁ ଅଭାବ ଅସୁବିଧାର ସାମନା କରିବାକୁ ପଡ଼ିଥିବା କହିଛନ୍ତି ଅକ୍ଷୟ । ଆଜି ସେ ସବୁଠୁ ଅଧିକ କର ଦେଉଥିବା ବଲିଉଡ ତାରକା ସାଜିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଏସବୁ ସେୟାର କରିଛନ୍ତି ଅକ୍ଷୟ ।

ଅକ୍ଷୟ କହିଥିଲେ ତାଙ୍କର ବାପା ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ତାହା ପୂର୍ବରୁ ସେ ସେନାରେ କାମ କରୁଥିଲେ । ତାଙ୍କ ପରିବାରକୁ ଯେବେ ଲଖଣ୍ଡଓ୍ଵାଲା ରେ ଘର କିଣିବାର ଥିଲା । ସେତେବେଳେ ସେମାନେ ଅଢେଇ ଲକ୍ଷରେ ଘରକୁ ବୁକ୍‌ କରିଥିଲେ । ବହୁ କଷ୍ଟରେ ଡେଢଲକ୍ଷ ଟଙ୍କା ଯୋଗାଡ଼ କରି ଦେଇ ପାରିଥିଲେ । ବାକିଟଙ୍କା ତାଙ୍କୁ ବ୍ୟାଙ୍କରୁ ଋଣ କରିବାକୁ ପଡ଼ିଥିଲା । ଅକ୍ଷୟଙ୍କୁ ତାଙ୍କ ପ୍ରଥମ ସିନେମାରେ ୫୦ ହଜାର ଟଙ୍କା ମିଳିଥିଲା । ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ତାଙ୍କୁ ୧୮ରୁ ୨୦ ଲକ୍ଷ ମିଳିଥିଲା । ୧୦ କୋଟି ଟଙ୍କା କମାଇବା ପାଇଁ ତାଙ୍କୁ ୧୨ ବର୍ଷ ସମୟ ଲାଗିଥିଲା । ଅକ୍ଷୟ କହିଥିଲେ, ସେ ତାଙ୍କ ଜୀବନରେ ଅନେକ ପରିଶ୍ରମ କରିଛନ୍ତି । କାମ କରି ଚାଲିଛନ୍ତି । କେବେ ଥକି ନାହାଁନ୍ତି । ଏହାସହ କ୍ୟାରିୟରରେ ଆଗକୁ ବଢିବାକୁ ଲାଗିଥିଲେ । ସେ ଏପରି ଭାବେ ୧୦୦ କୋଟିକୁ ଛୁଇଁ ଯାଇଥିଲେ । ଅକ୍ଷୟ ଏପର୍ଯ୍ୟନ୍ତ ୩ ହଜାର କୋଟିଟଙ୍କା କମାଇଥିବା କହିଛନ୍ତି ।

ଅକ୍ଷୟ କେତେ ଟଙ୍କା ଟ୍ୟାକ୍ସ ଭରନ୍ତି?

ପାଞ୍ଚ ବର୍ଷରେ ଅକ୍ଷୟ ଆୟକର ବାବଦକୁ ୬୨୫ କୋଟି ଟଙ୍କା ଦେଇଛନ୍ତି । ଜିଏସଟି ସହ ସେ ୮୨୫ କୋଟି ଟଙ୍କା ଆୟକର ଦେଇଛନ୍ତି । ଅକ୍ଷୟ ଏହାମଧ୍ୟ କହିଛନ୍ତି । ଆୟକର ବିଭାଗ ମୋ ଘରକୁ ଆସିଲେ ମୁଁ ଆରାମରେ ଶୋଇ ପାରିବି । ଏହାମଧ୍ୟ କହିଥିଲେ ସେ ଯେତିକି ରୋଜଗାର କରିଛନ୍ତି ସଚ୍ଚୋଟର ସହ କରିଛନ୍ତି । ଯାହାକୁ ଆବଶ୍ୟକ ହୁଏ ଦାନ କରିଦିଏ ବୋଲି ଅକ୍ଷୟ କହିଥିଲେ । ଏହାସହ ପରିବାର ପାଇଁ ଖର୍ଚ୍ଚ କରୁଥିବା କଥା କହିଥିଲେ ଅକ୍ଷୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.