ଶାର୍ଦ୍ଦୁଳ ଠାକୁରଙ୍କ ପ୍ରି ୱେଡିଂ ଇଭେଣ୍ଟରେ ଗୀତ ଗାଇଲେ ଶ୍ରେୟସ ଆୟର, ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ଶାର୍ଦ୍ଦୁଳ ଠାକୁର ଗାର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହିତ ଆଜି ବିବାହ କରିବାକୁ ଯାଉଛନ୍ତି । ପ୍ରି ୱେଡିଂ ପାର୍ଟିରେ ଶ୍ରେୟସ ଆୟର ମଧ୍ୟ ଗୀତ ଗାଉଥିବାର ଭିଡିଓ ଦେଖିବାକୁ ମିଳିଛି ।

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ଶାର୍ଦ୍ଦୁଳ ଠାକୁର ଗାର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହିତ ଆଜି ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଉତ୍ସବର ଅନେକ ଭିଡିଓ ସାମ୍ନାକୁ ଆସୁଛି । ଟିମ୍‌ ଇଣ୍ଡିଆର କିଛି ଖେଳାଳି ବିବାହରେ ସାମିଲ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରି ୱେଡିଂ ପାର୍ଟିରେ ପହଞ୍ଚିଛନ୍ତି । ପ୍ରି ୱେଡିଂ ପାର୍ଟିରେ ଶ୍ରେୟସ ଆୟର ମଧ୍ୟ ଗୀତ ଗାଉଥିବାର ଭିଡିଓ ଦେଖିବାକୁ ମିଳିଛି ।

ଏହି ଭିଡିଓରେ ଶାର୍ଦ୍ଦୁଳ ଏବଂ ଶ୍ରେୟସ ବଲିଉଡର ରୋମାଣ୍ଟିକ ଗୀତ ‘ତୁମ ଜୋ ମେରା ସାଥ ଦୋ’ ଗୀତ ଗାଉଥିବାର ନଜର ଆସିଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ଏହାପୂର୍ବରୁ ଶାର୍ଦ୍ଦୁଳ ଠାକୁର ପ୍ରି ୱେଡିଂ ଇଭେଣ୍ଟର ଫଟୋ ଏବଂ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ଶାର୍ଦ୍ଦୁଳ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ହଳଦୀ ଫଙ୍କସନରେ ଶାର୍ଦ୍ଦୁଳ ମରାଠୀ ଗୀତ ‘ଝିଙ୍ଗାଟ’ରେ ଡ୍ୟାନ୍ସ କରୁଥିଲେ ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଖେଳିବାକୁ ଥିବା ମୁକେଶ କୁମାର ବିବାହ କରିଥିଲେ । ଲୁଚାଛପା ଭାବେ ବିବାହ କରିଥିଲେ ମୁକେଶ ।ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ମୁକେଶଙ୍କୁ ୫.୫୦ କୋଟି ଟଙ୍କାରେ କିଣିଛି। ମୁକେଶଙ୍କ ବେସ୍ ପ୍ରାଇସ ୨୦ ଲକ୍ଷ ଥିଲା । ହେଲେ ନିଜ ବେସ୍ ପ୍ରାଇସରେ ୨୮ ଗୁଣା ଅଧିକ ଦାମରେ ବିକ୍ରି ହୋଇଛନ୍ତି ମୁକେଶ । ମୁକେଶ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିନାହାନ୍ତି । ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସ୍ୱାର୍ଡରେ ସାମିଲ ହୋଇଥିଲେ କିନ୍ତୁ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା ।

ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରିଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଚାଲୁଛି । ଦୁଇଟି ଟେଷ୍ଟ ମ୍ୟାଚ ଭାରତ ଜିତିସାରିଥିବା ବେଳେ ତୃତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୧ ତାରିଖରୁ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.