ମ୍ୟାକବିଥଠୁ ନେଇ ବାଇବେଲ ପର୍ଯ୍ୟନ୍ତ ସବୁଆଡେ ଭୁତର ଚର୍ଚ୍ଚା ଦେଖିବାକୁ ମିଳିଥାଏ । ସମୟ ଥିଲା ଯେତେବେଳେ ସାହିତ୍ୟ ବହିରେ ଭୁତକଥା କେବଳ ପଢିବାକୁ ମିଳୁଥିଲା । କଣ ଆପଣ ବି ଭୁତ ଓ ଆତ୍ମାଙ୍କ ଉପରେ ଭରସା କରନ୍ତି ? କଣ ଆପଣ ମାନନ୍ତି ଦୁନିଆରେ ଭୁତ ପ୍ରେତ ବୋଲି କିଛି ଅଛି ? ଭୁତ ପ୍ରେତକୁ ଆମେ ବିଶ୍ୱାସ କରୁ ବା କରୁ କିନ୍ତୁ ସେମାନଙ୍କ ସହ ଜଡିତ ତଥ୍ୟ ଶୁଣିବାକୁ ସମସ୍ତଙ୍କୁ ନିଶ୍ଚିତ ମଜା ଲାଗିଥାଏ । ତେବେ ଆମେ ଆଜି ଆପଣଙ୍କୁ ଠିକ ସେହିପରି ଭୁତପ୍ରେତଙ୍କୁ ନେଇ କିଛି ତଥ୍ୟ କହିବାକୁ ଯାଉଛୁ ଯାହାକୁ ଆପଣ ବିଶ୍ୱାସ କରିନପାରନ୍ତି ସତ କିନ୍ତୁ ଏହା ସେମାନଙ୍କ ସହ ଜଡିତ ବୋଲି ଆପଣ ନିଶ୍ଚୟ ମାନିବେ ।
ରାତିରେ ହିଁ କାହିଁକି ଜାଗ୍ରତ ହୁଅନ୍ତି ଆତ୍ମା ?
କୁହାଯାଏ ଯେ ଆତ୍ମା କେବଳ ରାତିରେ ଜାଗ୍ରତ ହୁଅନ୍ତି । ତେବେ ଏପରି କାହିଁକି ହୁଏ ? ଦିନରେ ବ୍ୟସ୍ତବହୁଳ ଜୀବନ ଭିତରେ ଓ ଲୋକମାନଙ୍କ ଧାଁ ଦୌଡ଼ ଓ କୋଳାହଳ ମଧ୍ୟରେ ଆତ୍ମା ଆକ୍ଟିଭ ହେବାକୁ ଡରିଥାନ୍ତି ନା କେବଳ ଅନ୍ଧକାର ଓ ନିରବତାରେ ସେମାନଙ୍କ ଉପସ୍ଥିତିକୁ ଅନୁଭବ କରାଯାଇପାରେ ।
ଭୁତମାନଙ୍କର ବି ହୋଇଥାଏ ଭିନ୍ନ ଭିନ୍ନ ରୂପ
ଭୁତ ଓ ଆତ୍ମା ଅନେକ ରୂପ ଧାରଣ କରି ଆସିଥାନ୍ତି । ସେମାନଙ୍କର କେବଳ ଗୋଟିଏ ରୂପ ନଥାଏ କେବେ ସେମାନେ ଧଳା କପଡ଼ାରେ ତ କେବେ ସେମାନେ ଛାଇ ରୂପରେ ଦେଖିବାକୁ ମିଳନ୍ତି ।
କାହାକୁ ଦେଖାଯାନ୍ତି ସବୁଠାରୁ ଅଧିକ ଭୁତ
ଛୋଟପିଲା ଓ ପଶୁ ମାନଙ୍କୁ ସବୁଠାରୁ ଅଧିକ ଭୁତ ଦେଖିବାକୁ ମିଳିଥାନ୍ତି । ବେଳେବେଳେ କିଛିପିଲା ଭୂତଙ୍କ ନିଜର ବନ୍ଧୁ ବନାଇ ଦେଇଥାନ୍ତି ବୋଲି କୁହାଯାଇଥାଏ ।
ଅଚାନକ ନୀଳ ଆଲୋକର ଅର୍ଥ କଣ ?
ଯଦି କୌଣସି ସ୍ଥାନରେ ଲାଇଟ ଜଳୁଛି ଓ ଅଚାନକ ନୀଳ ଭାବେ ଜାଳି ବନ୍ଦ ହୋଇଯାଉଛି ତାହେଲେ କୁହାଯାଏ କି ସେଠାରେ ଭୁତ ଅଛନ୍ତି ।
ଭଲ ଆତ୍ମା ମଧ୍ୟ ରହିଥାନ୍ତି
ଆତ୍ମାମାନଙ୍କ ମଧ୍ୟରେ କିଛି ଭଲ ଆତ୍ମା ମଧ୍ୟ ରହିଥାନ୍ତି । ଯେଉଁମାନେ ଘରର ପ୍ରାଣୀ ମାନଙ୍କୁ ହଇରାଣ କରନ୍ତି ନାହିଁ ବରଂ ବେଳେବେଳେ ସେମାନେ ସାହାଯ୍ୟ ମଧ୍ୟ କରିଦେଇଥାନ୍ତି ।
ଭୂତଙ୍କ ବିଷୟରେ କଣ କହିଥିଲେ ଆଲବର୍ଟ ଆଇନଷ୍ଟାଇନ
ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଏହା ଉପରେ ଗବେଷଣା କରିଥିଲେ । ତାଙ୍କ କହିବା ଅନୁଯାୟୀ ଏନର୍ଜି କେଉଁଆଡେ ଯାଇନଥାଏ ବାସ ତାର ସ୍ୱରୂପ ବଦଳି ଯାଇଥାଏ ।
ଭୁତ କଣ ?
କେବଳ ଆଲବର୍ଟ ଆଇନଷ୍ଟାଇନ ନୁହେଁ ତାଙ୍କ ପୂର୍ବରୁ ମିଶରରେ ମଧ୍ୟ ଏହା କୁହାଯାଇଥିଲା ଯେ ମୃତ୍ୟୁ ପରେ ମଧ୍ୟ ଜୀବନ ରହିଥାଏ । କେବଳ ତାର ସ୍ୱରୂପ ବଦଳି ଯାଇଥାଏ ।
ହ୍ୱାଇଟ ହାଉସରେ ଭୁତ
କୁହାଯାଏ ଯେ ହ୍ୱାଇଟ ହାଉସରେ ଅନେକ ଭୁତ ରହିଥାନ୍ତି । ସେଠାକର ପୂର୍ବ କକ୍ଷରେ ଏଡମଙ୍କ ଆତ୍ମା ବୁଲିଥାଏ ଯେଉଁଠି ପୂର୍ବରୁ ସେ ତାଙ୍କର ଲୁଗା ସୁଖାଉଥିଲେ ।
ରୋଜ ଗାର୍ଡେନରେ ଆତ୍ମା
Woodrow Wilsonଙ୍କ ଶାସନ ସମୟରେ ଆସିଥିବା ପ୍ରଥମ ମହିଳା ରୋଜ ଗାର୍ଡେନର ମାଳିଙ୍କୁ ପୁରସ୍କୃତ କରିବା ପାଇଁ ଆଦେଶ ଦେଇଥିଲେ । କୁହାଯାଏ ଡୋଲ୍ଲେଙ୍କ ଆତ୍ମା ଆଜିବି ସେଠାରେ ଘୁରି ବୁଲିଥାଏ ଏବଂ ସେଠାକାର ଲୋକଙ୍କୁ ଏହା ଦେଖାଯାଇଥାଏ ।
ହ୍ୱାଇଟ ହାଉସରେ ଆବ୍ରହାମ ଲିଙ୍କନଙ୍କ ଆତ୍ମା
କିଛି ଲୋକଙ୍କ କହିବା ଅନୁଯାୟୀ ହ୍ୱାଇଟ ହାଉସରେ ଆବ୍ରହାମ ଲିଙ୍କନଙ୍କ ଆତ୍ମା ରହିଛି । ଥରେ ନେଦରଲ୍ୟାଣ୍ଡର ରାଣୀ ହ୍ୱାଇଟ ହାଉସରେ ରହିଥିବା ସମୟରେ ତାଙ୍କୁ ବାଥରୁମ ଭିତରେ କିଛି ଶବ୍ଦ ଶୁଣାଯାଇଥିଲା । ଯେତେବେଳେ ସେ ବାଥରୁମ କବାଟ ଖୋଲିଥିଲେ ତ ସେଠାରେ ସେ ଆବ୍ରହାମ ଲିଙ୍କନଙ୍କୁ ଦେଖିଥିଲେ । ଆଉ ତାପରେ ସେ ବେହୋସ ହୋଇଯାଇଥିଲେ । ତେବେ ଯେତେବେଳେ ତାଙ୍କ ହୋସ ଆସିଲା ନିଜକୁ ସେ ବେଡ଼ରେ ପାଇଥିଲେ ।