Below header

ଏୟାରପୋର୍ଟରେ ଲ୍ୟାଣ୍ଡ କଲା ୩୭ ବର୍ଷ ପୂର୍ବରୁ ଗାଏବ ହୋଇଯାଇଥିବା ବିମାନ! କର୍ମଚାରୀ ଶୁଣାଇଲେ ଏମିତି ରହସ୍ୟମୟ କାହାଣୀ

ଇତିହାସ ଫର୍ଦ୍ଦରେ ଏମିତି ଅନେକ ଘଟଣା ଲିପିବଦ୍ଧ ହୋଇ ରହିଛି, ଯାହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। କିନ୍ତୁ ଏହି ଘଟଣା ଆଜି ବି ଲୋକଙ୍କ ପାଇଁ ଅସମାହିତ ରହସ୍ୟଠାରୁ କିଛି କମ୍‌ ନୁହେଁ। ଘଟଣାଟି ଘଟିଥିଲା ବେନୁଜୁଏଲାର କାରାକସ୍‌ରେ। ୧୯୯୨ ମସିହାରେ ଏଠାରେ ଏକ ଚାର୍ଟର ବିମାନ DC4 ୫୭ଜଣ ଯାତ୍ରୀଙ୍କୁ ଧରି ଲ୍ୟାଣ୍ଡ କରିଥିଲା। କିନ୍ତୁ ଆଶ୍ଚଯ୍ୟର୍ର କଥା, ୩୭ ବର୍ଷ ପୂର୍ବରୁ ହିଁ ଏହି ବିମାନଟି କେଉଁଆଡ଼େ ଗାଏବ ହୋଇଯାଇଥିଲା।

t7

୧୯୫୫ ମସିହାରେ ବିମାନ ନ୍ୟୁୟର୍କରୁ ମାୟାମି ଯିବା ପାଇଁ ଉଡ଼ାଣ ଭରିଥିଲା। ହେଲେ ରାସ୍ତାରେ ଏହା ନିଖୋଜ ହୋଇଯାଇଥିଲା। ପାଇଲଟ୍‌ ଏବଂ କଣ୍ଟ୍ରୋଲ ରୁମ୍‌ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ରେଡିଓ ଯୋଗାଯୋଗର ରେକର୍ଡ କେବଳ ଏହାର ଏକମାତ୍ର ପ୍ରମାଣ।

t6

କଣ୍ଟ୍ରୋଲ ରୁମ୍‌ ଅଧିକାରୀଙ୍କ କହିବା ମୁତାବକ, ଉଡ଼ାଣ ଭରିବା ପୂର୍ବରୁ ପାଇଲଟ୍‌ ରେନ୍‌େଓ୍ଵରେ ୧୯୫୫ ମସିହାର ଏକ କ୍ୟାଲେଣ୍ଡର ଛାଡ଼ି ଯାଇଥିଲେ। କର୍ମଚାରୀମାନେ କୁହନ୍ତି ଯେ ସେମାନେ ଭୂତ ବିମାନ ଦେଖିଥିଲେ ଏବଂ ପାଇଲଟ୍‌ଙ୍କ ଆଓ୍ଵାଜ୍‌ ମଧ୍ୟ ଶୁଣିଥିଲେ। ଏପରି କି, ପାଇଲଟ୍‌ଙ୍କ ଦ୍ୱାରା ଛଡ଼ାଯାଇଥିବା କ୍ୟାଲେଣ୍ଡର ମଧ୍ୟ ସେମାନଙ୍କ ହାତରେ ଥିଲା। ତଥାପି ସେମାନେ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥିଲେ।

t5

କର୍ମଚାରୀମାନେ ଆହୁରି କହିଥିଲେ, ବିମାନରେ ଥିବା ଯାତ୍ରୀମାନଙ୍କୁ ଏହା ଲାଗୁଥିଲା କି ସେମାନେ ୧୯୫୫ ମସିହାରେ ଅଛନ୍ତି ଏବଂ ବିମାନ ଫ୍ଲୋରିଡାରେ ଲ୍ୟାଣ୍ଡ କରିଛି। ବାକି ଏୟାର ଟ୍ରାଫିକ୍‌ କର୍ମଚାରୀଙ୍କ କହିବା ହେଲା, ଯେଉଁ ବିମାନ ସେମାନେ ଦେଖିଥିଲେ, ତାହା ବହୁତ ପୁରୁଣା ଡିଜାଇନ୍‌ର ଥିଲା। ତେବେ କର୍ମଚାରୀମାନେ କିଛି ଭାବିବା ପୂର୍ବରୁ ବିମାନଟି ପୁଣିଥରେ ଉଡ଼ାଣ ଭରି ଆକାଶରେ କେଉଁଆଡ଼େ ଗାଏବ ହୋଇଯାଇଥିଲା।

t8

ସତରେ, ଘଟଣାଟି ବଡ଼ ରହସ୍ୟଜନକ, ଯାହା ବିଷୟରେ ଏବେ ବି କାହାକୁ ଜଣାନାହିଁ। କିଛି ଲୋକ କୁହନ୍ତି, ଏହା ଏକ ଅଦ୍ଭୁତ ଘଟଣା। ହୁଏତ ବିମାନ ଟାଇମ୍‌ ଲୁପ୍‌ରେ ଫସିଯାଇଥିବ। ତେବେ କାରଣ ଯାହା ବି ହେଉ, ଘଟଣା ଆଜି ବି ଲୋକଙ୍କ ପାଇଁ ପହେଲି ହୋଇ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.