ସୁନ୍ଦରଗଡ: ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଗିରଫ ହେଲେ ଟୋଲ୍‌ ଗେଟ୍‌ କର୍ମଚାରୀ, ପରିଚୟ ଦେଲା ପରେ ବି ଗାଡ଼ି ଛାଡ଼ି ନଥିଲେ

ସୁନ୍ଦରଗଡ଼: ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଗିରଫ ହେଲେ ଟୋଲ୍‌ ଗେଟ୍‌ କର୍ମଚାରୀ । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ମସ୍ନିକାନୀ ଟୋଲ ଗେଟରେ । ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ । ଏତିକି ବେଳେ ଟୋଲ୍‌ ଗେଟ୍‌ରେ ତାଙ୍କ ଗାଡ଼ିକୁ ଅଟକାଯାଇଥିଲା । ମନ୍ତ୍ରୀ ପରିଚୟ ଦେଲା ପରେ ବି ତାଙ୍କ ଗାଡ଼ି ଛାଡ଼ି ନଥିଲେ ଟୋଲ୍‌ ଗେଟ୍‌ କର୍ମଚାରୀ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ଟୋଲ୍‌ ଗେଟ୍‌ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.