Below header

ଘରେ ପ୍ରସ୍ତୁତ କରି ଚାଖନ୍ତୁ ଟେଷ୍ଟି ‘ଟମାଟୋ ମେଥି ପୁରୀ’, ଥରେ ଖାଇଲେ ପାଟିରୁ ସ୍ୱାଦ ଛାଡିବନି

ମେଥି ଓ ଟମାଟୋରେ ପ୍ରସ୍ତୁତ ଏହି ପୁରୀ ବହୁ ସୁଆଦିଆ ହେବା ସହ ଏକ ପୌଷ୍ଟିକ ଖାଦ୍ୟ ମଧ୍ୟ । ଏହା ଏକ ହିତକର ଜଳଖିଆ ହେବା ସହ ଟିଫିନ ବକ୍ସରେ ଅଫିସ ଓ ସ୍କୁଲକୁ ବି ନିଆ ଯାଇପାରିବ । ତେବେ ଥରେ ଘରେ ବନେଇ ଚାଖନ୍ତୁ ଏହି ଟେଷ୍ଟି ଡ଼ିସ :

ଆବଶ୍ୟକୀୟ ସାମଗ୍ରୀ:

୧. ୨ କପ ଗହମ ଅଟା

୨. ମେଥି ପତ୍ର- କିଛି (ନିଜ ପସନ୍ଦ ଅନୁଯାୟୀ)

୩. ଟମାଟୋ ପେଷ୍ଟ – ୧ କପ

୪. ଧନିଆ ପାଉଡର – ଗୋଟେ ଚାମଚ

୫. ଗରମ ମସଲା- ଗୋଟେ ଚାମଚ

 

tomato

୬. ହଳଦୀ – ଚିମୁଟେ

୭.ଲଙ୍କା ଗୁଣ୍ଡ- ଗୋଟେ ଚାମଚ

୮. ଜୁଆଣି – କିଛି

୯. ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ;

– ମେଥି ପତ୍ରକୁ କିଛି ସମୟ ବତୁରାନ୍ତୁ ଓ ଏହାକୁ ଛୋଟ ଛୋଟ କରି କାଟି ନିଅନ୍ତୁ

– ପିୟୁରୀ ବନାଇବା ପାଇଁ ଟମାଟୋକୁ ଗ୍ରାଇଣ୍ଡର ସାହାଯ୍ୟରେ ବାଟି ଦିଅନ୍ତୁ ।

– ଯଦି ଚାହିଁବେ ଏହାକୁ ଛାଣି ଦେଇପାରିବେ ।

– ଏକ ପାତ୍ରରେ କିଛି ଅଟା ନିଅନ୍ତୁ ।

tomato

– ପରେ ହଳଦୀ ପାଉଡର, ଲୁଣ ଧନିଆ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଜୁଆଣି, ମେଥି ପତ୍ର ଦେଇ ଭଲ ଭାବେ ମିଶେଇ ଦିଅନ୍ତୁ ।

– ଏବେ ଟମାଟୋ ପିୟୁରୀ ଦେଇ ଗାଢ଼ ଅଟା ଚକଟି ଦିଅନ୍ତୁ ।

– ଚକଟିବା ପରେ ଏହି ଗୁଳାକୁ ୧୦ ରୁ ୧୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।

– ପରେ ପୁରୀ ପରି ଚକଟି ଗରମ ତେଲରେ ଛାଣି ଦିଅନ୍ତୁ ।

– ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ଟେଷ୍ଟି ଟମାଟୋ ମେଥି ପୁରୀ’
ଟମାଟୋରେ ବନା ଯାଇପାରିବ ‘ଟେଷ୍ଟି ପୁରୀ’, ଥରେ ଘରେ ପ୍ରସ୍ତୁତ କରି ଚାଖନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.