ମାତ୍ର ଗୋଟିଏ କ୍ଲିକରେ ମହିଳାଙ୍କ ନିକଟରେ ପହଂଚିଯିବ ପୋଲିସ, ଏବେ ପୂରା ଦେଶରେ କାମ କରିବ ଏମର୍ଜେନ୍ସି ଆପ୍ 112 India

ଏଣିକି ଦେଶରେ ସୁରକ୍ଷିତ ସବୁ ମହିଳା । ମାତ୍ର ଗୋଟିଏ କ୍ଲିକରେ ଆପଣଙ୍କ ନିକଟରେ ପହଂଚିଯିବ ପୋଲିସ୍ । ସମଗ୍ର ଦେଶର ଜନତାଙ୍କ ପାଇଁ ଏକର୍ଜେନ୍ସି ମୋବାଇଲ୍ ଆପ୍ ୧୧୨ ଇଣ୍ଡିଆ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂହ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହିଳାଙ୍କ ପାଇଁ ଏକ ଖାସ୍ ଫିଚର ଅଛି ଏଥିରେ । ଏହି ଫିଚର ଶାଉଟରେ କ୍ଲିକ୍ କଲେ ଅସୁବିଧାରେ ପଡିଥିବା ମହିଳାଙ୍କୁ ତତ୍କାଳ କୋଣସି ପୋଲିସ୍ ବା ଭଲ୍ୟୁଣ୍ଟରଙ୍କ ସାହାଯ୍ୟ ମିଳିଯିବ ।

ଏମର୍ଜେନ୍ସି ପାଇଁ ଗୋଟିଏ ନମ୍ବର :

ଏବେ ପୁରା ଦେଶରେ ଗୋଟିଏ ନମ୍ବର କାମ କରିବା । ୧୧୨ ଡାଏଲ୍ କଲେ ଦେଶବାସୀଙ୍କୁ ପୋଲିସ୍, ସ୍ବାସ୍ଥ୍ୟ ଏବଂ ଫାୟାର୍ ବ୍ରିଗେଡ୍ ସୁବିଧା ମିଳିବ । ଏହି ଇଆରଏସଏସମରେ ପୋଲିସର ହେଲ୍ପଲାଇନ୍ ନମ୍ବର ୧୦୦, ଫାୟାର୍ ପାଇଁ ୧୦୧ , ସ୍ବାସ୍ଥ୍ୟ ପାଇଁ ୧୦୮ ନମ୍ବର ଏବଂ ମହିଳାଙ୍କ ସହାୟତା ପାଇଁ ଥିବା ନମ୍ବର ୧୦୯୦କୁ ଗୋଟିଏ ସ୍ଥାନରେ ସଂଯୋଗ କରାଯାଇ ୧୧୨ ଜରିଆରେ ସମସ୍ତ ସୁବିଧା ଦିଆଯିବ । ଏହି ବ୍ୟବସ୍ଥା ଆମେରିକାର ୯୧୧ ଏମର୍ଜେନ୍ସି ନମ୍ବର ପରି ହେବ ।

୧୧୨ ଇଣ୍ଡିଆ ଆପର ଶାଉଟ୍ ଫିଚରକୁ ସରକାରଙ୍କ ତରଫରୁ ୪.୮୪ କୋଟି ଟଙ୍କା :

112 India

ନାଗାଲାଣ୍ଡରେ ଏହି ସେବାର ଶୁଭାରମ୍ଭ କରିବା ସମୟରେ ରାଜନାଥ ସିଂହ କହିଛନ୍ତି ଏହି ଶାଉଟ୍ ଫିଚର ପାଇଁ ସରକାରଙ୍କ ତରଫରୁ ୪.୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯେଉଁଥିରେ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍ (ଇଆରଏସଏସ୍)ସଂଯୋଗ କରାଯାଇଛି । ଏହି ସିଷ୍ଟମ୍ ସହ ପୁରା ଦେଶରେ ଭଲ୍ୟୁଣ୍ଟରଙ୍କୁ ପଞ୍ଜିକୃତ କରାଯାଇଛି । ଯଦି ଅସୁବିଧାରେ ଫସିଥିବା କୌଣସି ମହିଳା ଏହି ଫିଚରରେ କ୍ଲିକ୍ କରୁଛନ୍ତି ତେବେ ଆଖପାଖରେ ଉପସ୍ଥିତ ଥିବା ଭଲ୍ୟୁଣ୍ଟରଙ୍କୁ ସାହାଯ୍ୟ ପାଇଁ ସିଗନାଲ୍ ଚାଲିଯିବ । ଏହା ପରେ ଏହି ଆପ୍ ଜିପିଏସ୍ ମାଧ୍ୟମରେ ଭଲ୍ୟୁଣ୍ଟରଙ୍କୁ ପୀଡିତାଙ୍କ ନିକଟରେ ପହଂଚିବାରେ ସାହାଯ୍ୟ କରିବ । ପ୍ରୋଜେକ୍ଟ ଲାଗୁ କରିବାରେ ପ୍ରଥମ ରାଜ୍ୟ ହିମାଚଳ ଏବଂ ଦ୍ବିତୀୟ ହେଉଛି ନାଗାଲ୍ୟାଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.