Below header

ଗୁଡ଼ି ସହିତ ନିଜେ ଉଡ଼ିଗଲା ବାଳକ ! ୩୦ ଫୁଟ୍ ଉଚ୍ଚକୁ ଯାଇ କଚାଡ଼ି ହୋଇ ପଡ଼ିଲା ତଳେ, ତା’ପରେ କ’ଣ ହେଲା ଦେଖନ୍ତୁ

ଇଣ୍ଡୋନେସିଆରେ ଗୁଡ଼ି ଉଡ଼ାଇବେଳେ ଏମିତି ଏକ ଅଘଟଣ ଘଟିଗଲା ଯେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ। ଆଉ ଆପଣ ଏକଦମ୍ ଭୟଭୀତ ହୋଇଯିବେ। ଜଣେ ୧୨ ବର୍ଷର ବାଳକ ଗୁଡ଼ି ଉଡ଼ାଉଥିବା ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଗୁଡ଼ି ସହିତ ପବନରେ ଉଡ଼ିଗଲା ପ୍ରାୟ ୩୦ ଫୁଟ୍ ଉଚ୍ଚକୁ। ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିବା ପରେ ଭୟରେ ଆପଣଙ୍କ ଛାତି ଥରିଯିବ।

ଏହି ଘଟଣା ଘଟିଛି ଇଣ୍ଡୋନେସିଆର ଲମ୍ପୁଙ୍ଗରେ। ଯେଉଁଠି ଗୁଡ଼ି ଉଡ଼ା ପ୍ରତିଯୋଗିତା ଚାଲିଥିଲା। ଆଉ ଠିକ ଏହି ସମୟରେ ଘଟିଗଲା ଏକ ବଡ଼ ଅଘଟଣ। ଗୁଡ଼ି ସହିତ ଆକାଶକୁ ଉଡ଼ିଗଲା ୧୨ ବର୍ଷର ବାଳକ। ପ୍ରାୟ ୩୦ ଫୁଟ୍ ଉପରକୁ ଉଡ଼ିଯିବା ପରେ ଗୁଡ଼ିର ଡୋର ଛିଡିଯିବାରୁ ମାଟି ତଳେ କଚାଡ଼ି ହୋଇ ପଡ଼ିଥିଲା। ତେବେ ଗୁରୁତର ଅବସ୍ଥାରେ ବାଳକଟିକୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଯାହାପରେ ଏହି ଘଟଣା ପୂରା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଳଟିଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ପିଲାଟି ଡ୍ରାଗନ କାଇଟରେ ଓହଳି ରହିଛି। ଏହି ସମୟରେ ଅଚାନକ ଗୁଡ଼ିର ଡୋର ଛିଡି ଯାଉଛି ଏବଂ ସିଧା ମାଟି ଉପରେ କଚାଡ଼ି ହୋଇ ତଳେ ପଡ଼ୁଛି ପିଲାଟି । ଏହାଦେଖି ପାଖରେ ଥିବା ଲୋକେ ହୋ ହାଲ୍ଲା ହୋଇ ପାଟି ଚିଲାଇଥିଲେ। ଆପଣ ବି ଦେଖନ୍ତୁ ଏ ଛାତିଥରା ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.