ଭାରତରେ କୃଷକ ଆନ୍ଦୋଳନ ପାକିସ୍ତାନର ଚିନ୍ତା ବଢ଼ାଇଛି, ପୁଣି ଏକ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଆଶଙ୍କା ନେଇ ଉଦ୍‌ବିଗ୍ନ ଇମ୍ରାନ୍‌ ଖାନ୍‌

ଭାରତରେ ଚାଷୀ ଆନ୍ଦୋଳନ ସହ ପାକିସ୍ତାନ ଉପରେ ସର୍ଜକାଲ ଷ୍ଟ୍ରାଇକ୍‌ ର ସମ୍ପର୍କ କ’ଣ ? ଏକଥା ଚିନ୍ତା କଲେ ହୁଏତ ଟିକେ ଅଡ଼ୁଆ ଲାଗିପାରେ । ହେଲେ ସର୍ଜିକାଲ ଷ୍ଟ୍ରାଇକ୍‌ କୁ ନେଇ ଇମ୍ରାନ ଖାନ୍‌ ବିଚଳିତ । ଜାଣନ୍ତୁ କ’ଣ ରହିଛି ଅସଲ କାହାଣୀ ।

ରାଜନୀତିର ପଶା ପାଲି ଖେଳ ବଡ଼ ବିଚିତ୍ର । ବେଳେ ବେଳେ ଦେଶରେ ହେଉଥିବା ଆନ୍ଦୋଳନରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରାକାର ବଡ଼ ବିଚିତ୍ର ପଦକ୍ଷେପ ନେଇଥାନ୍ତି । ଠିକ୍‌ ଯେମିତି ଚୀନ୍‌ରେ କରୋନା ଭାଇରସକୁ ନେଇ ଦେଶରେ ସରକାରଙ୍କ ଉପରେ ଲୋକଙ୍କ ଆକ୍ରୋଶ ବଢ଼ିଥିଲା । ଏଥିରୁ ଦୃଷ୍ଟି ହଟାଇବା ପାଇଁ ଚୀନ୍‌, ଭାରତ ସୀମାରେ ଅନୁପ୍ରବେଶ ଆରମ୍ଭ କରି ଛାୟା ଯୁଦ୍ଧ ଚଳାଇଥିଲା । ଏବେ ଭାରତରେ କିଛି ଦିନ ଧରି କୃଷକଙ୍କ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି । ଫଳରେ ସରକାର ପୁଣି ପାକିସ୍ତାନ ଉପରେ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଯୋଜନା କରିପାରେ ବୋଲି ଏହି କଥା ଆଶଙ୍କା କରିଛି ପାକିସ୍ତାନ ।

farmers agitation

ଫଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏହାକୁ ନେଇ ଚାପରେ ଥିବା ଜଣାଯାଇଛି । ୨୦୧୯ରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେବା ପାଇଁ ଭାରତ ଫେବ୍ରୁଆରୀ ମାସରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା । ଭାରତରେ ସେତେବେଳେ ଲୋକସଭା ନିର୍ବାଚନ ଥିବାରୁ ମୋଦି ପାକିସ୍ତାନ ଉପରେ କୈାଣସି ପଦକ୍ଷେପ ଗ୍ରହଣ କରିବାର ଆଶଙ୍କା ନେଇ ସେତେବେଳେ ପାକିସ୍ତାନ ମିଡିଆ ପକ୍ଷରୁ କୁହାଯାଇଥିଲା । ଯାହାକି ପରିବର୍ତ୍ତୀ ମୁହୂର୍ତ୍ତରେ ସତ ହୋଇଥିଲା ।
କେନ୍ଦ୍ର ସରକାର ସମସ୍ୟାରେ ପଡ଼ିଲେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରୁଥିବା ଏହି ନ୍ୟୁଜ୍‌ ସଂସ୍ଥା ପ୍ରକାଶ କରିଛି ।

ଭାରତରେ କୃଷକଙ୍କ ଆନ୍ଦୋଳନ ଏବେ ତୀବ୍ର ଭାବରେ ଚାଲିଛି । ଏହାକୁ ନେଇ ପାକିସ୍ତାନର କିଛି ନେତା କୃଷକଙ୍କ ସପକ୍ଷରେ ଟ୍ଵିଟ୍‌ ମଧ୍ୟ କରୁଛନ୍ତି । କୃଷକ ଆନ୍ଦୋଳନରୁ ଦୃଷ୍ଟି ହଟାଇବା ପାଇଁ ସରକାର ପାକିସ୍ତାନ ଉପରେ ପୁଣି ଏକ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିପାରନ୍ତି ବୋଲି ପାକିସ୍ତାନ ଆଶଙ୍କା କରିଛି । ଭାରତ ପକ୍ଷରୁ ଏଲ୍‌ଓସିରେ ଅଧିକ ସେନା ମୁତୟନ କରାଯାଇଛି । ଏହାକୁ ନେଇ ଇମ୍ରାନ ସରକାରଙ୍କ ନିଦ ହଜିଯାଇଛି । ତେଣୁ ପାକିସ୍ତାନ ସେନାଙ୍କୁ ସତର୍କ ରହିବାକୁ ଇମ୍ରାନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.