ପାକିସ୍ତାନରେ ୨ ବଲିଉଡ୍‌ କଳାକାରଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ୨ କୋଟି ଟଙ୍କା ପ୍ରଦାନ କଲେ ଇମରାନ୍‌ ସରକାର

ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାର ଏବଂ ରାଜ୍‌ କପୁରଙ୍କ ପାକିସ୍ତାନ ସ୍ଥିତ ପୈତୃକ ବାସଭବନର ସଂରକ୍ଷଣ କରିବେ ପାକିସ୍ତାନ ସରକାର। ଏଥିପାଇଁ ସରକାର ସରକାର ବାସଭବନର ମୂଲ୍ୟ ମଧ୍ୟ ନିର୍ଦ୍ଦାରଣ କରିଛନ୍ତି। ସୂଚନା ମୁତାବକ ସରକାର ଭାରତୀୟ ଟଙ୍କାରେ ଦିଲ୍ଲୀପ କୁମାରଙ୍କ ଘରର ମୂଲ୍ୟ୩୭ ଲକ୍ଷ ଏବଂ ରାଜ୍‌ କପୁରଙ୍କ ଘରକୁ ୬୮ ଲକ୍ଷ ଟଙ୍କା ନିର୍ଦ୍ଦାରିତ କରିଛନ୍ତି ।

ସୂଚନାଯୋଗ୍ୟ ସେପ୍ଟେମ୍ବରରେ, ପାକିସ୍ତାନର ଖାଇବରପାଖୁଣ୍ଟଖୱା ପ୍ରଦେଶ ସରକାର ଏହି ଦୁଇ ମହାନ ଅଭିନେତାଙ୍କ ଘର କିଣି ସଂରକ୍ଷଣ କରିବେ ବୋଲି ଘୋଷଣା କରିଥିଲେ । ପେଶୱାର ଡେପୁଟି କମିଶନର ମହମ୍ମଦ ଅଲି ଅସଗର କହିଛନ୍ତି, ଦିଲ୍ଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ବାସଭବନ ସହରର ମଧ୍ୟ ଭାଗରେ ରହିଛି। ପ୍ରତ୍ନତତ୍ତ୍ୱ ବିଭାଗ ଏହି ସମ୍ପତ୍ତିଗୁଡିକ ନିଜ ଅଧିକାରକୁ ନେବା ପାଇଁ ଆନୁଷ୍ଠାନିକ ଭାବେ ଏକ ପ୍ରସ୍ତାବ ପଠାଇଛନ୍ତି ।

dillip kumarଦୁଇ ବଲିଉଡ୍‌ କଳାକାରଙ୍କ ସମ୍ପତ୍ତି ପାଇଁ ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ଇମରାନ୍‌ ସରକାର

ଏହି ଦୁଇଟି ସମ୍ପତ୍ତି ପାଇଁ ସରକାର ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଉଭୟ କଳାକାର ଏହି ଘରେ ଜନ୍ମଗ୍ରହଣ କରିଥିଲେ ଏବଂ ବିଭାଜନ ପୂର୍ବରୁ ସେମାନଙ୍କର ପିଲାଦିନ ଏଠାରେ ଅତିବାହିତ ହୋଇଥିଲା ।ରାଜ କପୁରଙ୍କ ପୈତୃକ ବାସସ୍ଥାନ କିସା ଖୱାନି ବଜାରରେ କାପୁର ହାଭେଲି ଭାବରେ ଜଣାଶୁଣା, ଯାହା ୧୯୧୮ ମସିହାରେ ନିର୍ମିତ ହୋଇଥିଲା। ସେହିଭଳି ଦିଲ୍ଲୀପ କୁମାରଙ୍କ ପୈତୃକ ବାସଭବନ ଏଠାରେ ୧୦୦ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.