Below header

ଜଙ୍ଗଲ ଭିତରେ ରାଜା କର୍ଣ୍ଣଙ୍କ ବଂଶଧର, ନିଜ ସମାଜର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରୁଛି ୧୭ ବର୍ଷର ଝିଅ

ମଧ୍ୟପ୍ରଦେଶର କଟନୀ ଅଂଚଳରୁ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ଖବର । ଏକ ଶୁନଶାନ୍ ଜଙ୍ଗଲ ଭିତରେ ରହୁଛି ଜଣେ ୧୭ ବର୍ଷୀୟ ଝିଅ । ଆଉ ଅହରହ କରୁଛି ପୂଜାପାଠ । କେବଳ ସେତିକି ନୁହେଁ ନିଜକୁ ମହାନ୍ ଯୋଦ୍ଧା କର୍ଣ୍ଣଙ୍କ ବଂଶଧର ବୋଲି ଦାବି କରୁଛି ଏହି ରହସ୍ୟମୟୀ ଝିଅ ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଅନେକ ଜଘନ୍ୟ ଅପରାଧର ମୁକସାକ୍ଷୀ ହେଉଛି ଏହି ଜଙ୍ଗଲ । ଯେଉଁଠିକୁ ଦିନ ଦ୍ବିପହରରେ ମଧ୍ୟ ଯିବାକୁ ଭୟ କରନ୍ତି ଲୋକ । କିନ୍ତୁ ଗତ କିଛି ଦିନ ହେବ ଝିଅଟି ନିଜ ପରିବାର ସହ ଆସି ଏହି ଘଂଚ ଜଙ୍ଗଲ ମଧ୍ୟରେ ରହୁଛି । ଦେବୀ ଚନ୍ଦ୍ରିକା ସିଂହ ନାମକ ଏହି ୧୭ ବର୍ଷୀୟା ଝିଅଟି ନିଜ କର୍ଣ୍ଣଙ୍କ ବଂଶଧର ବୋଲି ଦାବି କରୁଛି । ଆଉ କୌଣସି ଖାସ୍ ଲକ୍ଷ୍ୟ ନେଇ ଆସିଛି ସେହି ଜଙ୍ଗଲକୁ । ତେବେ ପୋଲିସ୍ ସୂଚନା ପାଇଁ ସେମାନଙ୍କୁ ସେଠାରୁ ତଡିଦେଇଥିଲା ।

ହେଲେ ୧୦ ଦିନ ପରେ ପୁଣି ସେମାନେ ସେହି ଜଙ୍ଗଲକୁ ଫେରିଆସିଛନ୍ତି । ଜଙ୍ଗଲ ମଧ୍ୟରେ ଦିନ ରାତି ପୂଜାପାଠ କରୁଛନ୍ତି ଏହି ପରିବାର । ଏପରିକି ନିଜ ଉପରେ ମା ଶାରଦାଙ୍କ କୃପା ଥିବା କହିଛନ୍ତି ଚନ୍ଦ୍ରିକା । ସେଥିପାଇଁ ନିଜ ସମାଜର ମଙ୍ଗଳ ପାଇଁ ପୂଜାପାଠ କରୁଛି । ତେବେ ଝିଅଟିର କଥା କେତେ ସତ କେତେ ମିଛ ତାହା ପର କଥା । କିନ୍ତୁ ଦେବୀଙ୍କ ଚମତ୍କାର ଭାବି ଚନ୍ଦ୍ରିକାର ଦର୍ଶନ ପାଇଁ ଭିଡ ଜମାଉଛନ୍ତି ସ୍ଥାନୀୟ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.