ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ଜଣେ ମୃତ, ୧୩ ଜଣ ଆହତ

ଯାଜପୁର (କେ ନ୍ୟୁଜ୍) : ଘନ କୁହୁଡ଼ି ଯୋଗୁଁ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା । ରାସ୍ତା କଡ଼ରେ ରହିଥିବା ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୩ ଜଣ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟ ବ୍ରାହ୍ମଣୀ ନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବସ୍ର ହେଲପର ହୁଗୁଳି ଅଞ୍ଚଳର ଦେବା ଦାସ । ବସ୍ଟି କୋଲକାତା ଦମ୍ଦମ୍ରୁ ବାହାରି ପୁରୀ ଅଭିମୁଖେ ଆସୁଥିବା ବେଳେ ପୋଲ ଉପରେ ରହିଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ପୋଲିସ୍ ଘଟଣାର ତଦନ୍ତ କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଥିଲା ।