Below header

କ୍ୟାନ୍ସର କବଜାରେ ରାକେଶ୍ ରୋଶନ୍, ଖୁଲାସା କଲେ ହ୍ରିତିକ୍

ଭଲ ନାହିଁ ଷ୍ଟାରଙ୍କ ଷ୍ଟାର୍ । ଯେମିତି ବଲିଉଡରେ ଲାଗିଯାଇଛି କାହା ନଜର । ନିକଟରେ ସୋନାଲୀ ବେନ୍ଦ୍ରେ କ୍ୟାନ୍ସରରୁ ଭଲ ହୋଇ ଫେରିଛନ୍ତି । ସୋନୀଲୀଙ୍କ ପରେ ଖବର ଆସିଥିଲା ଯେ ଋଷି କପୁର ମଧ୍ୟ କ୍ୟାନ୍ସରରେ ପୀଡିତ । ସେହିପରି ଇରଫାନ୍ ଖାନ୍ ନ୍ୟୁରୋ ଏଣ୍ଡ୍ରୋକ୍ରାଇନ୍ ରୋଗରେ ପୀଡିତ ଥିଲେ । ଆଉ ଆସିଛି ଆଉ ଏକ ଦୁଃଖଦ ଖବର । କ୍ୟାନ୍ସରରେ ପୀଡିତ ହ୍ରିତିକ୍ ରୋଶନଙ୍କ ବାପା ରାକେଶ ରୋଶନ୍ । ଏକଥାର ସୂଚନା ଦେଇଛନ୍ତି ନିଜେ ହ୍ରିତିକ୍ ରୋଶନ୍ ।

ନିଜ ଇନଷ୍ଟାଗ୍ରାମରେ କିଛି ସମୟ ପୂର୍ବରୁ ଏକ ଫଟୋ ସେୟାର୍ କରିଛନ୍ତି ହ୍ରିତିକ୍ । ଯେଉଁଥିରେ ରାକେଶ୍ ରୋଶନଙ୍କ ସହ ଛିଡା ହୋଇଛନ୍ତି ହ୍ରିତିକ୍ । ଫଟୋଟି ଏକ ଜିମରେ ଥିବା ସମୟର । ଯାହାକୁ ଦେଖିଲେ ଲାଗୁଛି ଉଭୟ ବାପ ପୁଅ ନିଜ ଫିଟନେସର ଖୟାଲ୍ ରଖୁଛନ୍ତି । ଆଉ ଏହି ଫଟୋକୁ ସେୟାର୍ କରିବା ସହ ନିଜ ବାପାଙ୍କୁ କ୍ୟାନ୍ସର ହେବା କଥା ଖୁଲାସା କରଛନ୍ତି ହ୍ରିତିକ୍ ।

ହ୍ରିତିକ୍ ଲେଖିଛନ୍ତି, ଆଜି ସକାଳେ ମୁଁ ବାପାଙ୍କୁ ଫଟୋ ଉଠାଇବାକୁ କହିଲି । ଆଜି ନିଜ ସର୍ଜରୀ ଦିନରେ ବି ସେ ନିଜ ଜିମ୍ ମିସ୍ କରିନାହାଁନ୍ତି । ସେ ଖୁବ୍ ମଜଭୂତ୍ ବ୍ୟକ୍ତି । କିଛି ଦିନ ପୂର୍ବରୁ ହିଁ ଜଣା ପଡିଲା ଯେ ସେ squamous cell carcinomaର ପ୍ରାଥମିକ ଷ୍ଟେଜରେ ଅଛନ୍ତି । ଏହା ତାଙ୍କ ଗଳାକୁ ପ୍ରଭାବିତ କରୁଛି । ସେ ଏହି ରୋଗ ସହ ଲଢିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ମୋ ପରିବାର ବହୁତ ଖୁସି ଯେ ଆମକୁ ତାଙ୍କ ଭଳି ଜଣେ ଲିଡର୍ ମିଳିଛି । ହ୍ରିତିକଙ୍କ ଏହି ପୁରା ମେସେଜ୍ ସ୍ପଷ୍ଟ କରୁଛି ଯେ ରାକେଶ ଏହି ରୋଗରେ ପୀଡିତ । squamous cell carcinoma ଏକ ପ୍ରକାର ସ୍କିନ୍ କ୍ୟାନ୍ସର । ତେବେ ରାକେଶଙ୍କ ଚିକିତ୍ସା ଆରମ୍ଭ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.