Below header

ଚର୍ଚ୍ଚାରେ ଯୁବ ୟୁଟ୍ୟୁବରଙ୍କ ପାଗଳାମି: ଡ୍ରାଇଭ୍‌ କରୁ କରୁ ଘଟିଗଲା ଭୟଙ୍କର ଦୁର୍ଘଟଣା

ଟେକ୍ସାସର ଜଣେ ଯୁବ ୟୁଟ୍ୟୁବର ପିତାଙ୍କର ଏକ ୩.୪ ମିଲିୟନ ଡଲାର୍‌ (୨୫ କୋଟି ଟଙ୍କାରୁ ଅଧିକ) ର ପଗାନୀ ହୁୟରା ରୋଡଷ୍ଟରକୁ ଦୁର୍ଘଟଣାଗ୍ରସ୍ତ କରିଛନ୍ତି। ଏହି ଦୁର୍ଘଟଣା ଘଟାଇବା ପରେ ସେ ଇନଷ୍ଟାଗ୍ରାମରେ ସେୟାର କରି ‘‘ହୋତା ରହତା ହେ’’ ଲେଖିଛନ୍ତି। ସୂଚନା ମୁତାବକ ଯୁବକ ଜଣକ ହେଉଛନ୍ତି ଡଲାସସ୍ଥିତ ନିଜସ୍ୱ ଇକ୍ୱିଟ ଫର୍ମର ସଂସ୍ଥାପକ ଟିମ୍‌ ଗିଲିୟନଙ୍କ ପୁଅ, ଯିଏ ଲକ୍ଜୁରୀ ବାହାନର ମାଲିକ।

pagani_huayraଏକ ୟୁଟ୍ୟୁବ ଭିଡିଓରେ ଗିଲିୟନଙ୍କ ପୁଅ ଗେଗ୍‌ ଗିଲିୟନ କହିଛନ୍ତି, ସେ ଗତ ସପ୍ତାହରେ ଡ୍ରାଇଭ୍‌ ପାଇଁ ଏହି ଗାଡିକୁ ବାହାରକୁ ନେବା ସମୟରେ ସେଥିରେ କିଛି ତ୍ରୁଟି ଥିବା ଅନୁଭବ କରିଥିଲେ। ଯାହାଫଳରେ ଗାଡିଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ଗେଗ୍‌ ଏକ ଗଛ ଉପରେ ପଡିଥିଲେ। ଦୁର୍ଘଟଣାକୁ ଗେଗ୍‌ ତାଙ୍କ ଜୀବନର ସବୁଠାରୁ ବଡ ଭୟଙ୍କର ଥିଲା ବୋଲି କହିଛନ୍ତି। ରିପୋର୍ଟ ଅନୁଯାୟୀ ଗେଗ୍‌ ଏହି ଦୁର୍ଘଟଣା ପରେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ହୋତା ରହତା ହେ’। ଜୀବନରେ ଦ୍ୱିତୀୟ ସୁଯୋଗ ପାଇଥିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି।

video courtesy:GG Exotics

ଅନ୍ୟପଟେ ପିତାଙ୍କ ପ୍ରତିକ୍ରିୟା ବିଷୟରେ ଗେଗ୍‌ କହିଛନ୍ତି, ସେ ଦୁର୍ଘଟଣା ପରେ ଖୁବ୍‌ ଚିନ୍ତାରେ ଥିଲେ। କାରଣ ମୁଁ ଏତେ ବଡ କାର୍‌ର କ୍ଷତି କରିଥିଲି। କିନ୍ତୁ ତାଙ୍କ ପୁଅ ଠିକ୍‌ ଥିବାରୁ ସେ ଖୁସି ଥିଲେ। ଏନେଇ ମୁଁ ପୁଣି ଥରେ ବାପାଙ୍କୁ ଦେଖିବାରେ ସକ୍ଷମ ହୋଇପାରିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.