Below header

ଗଙ୍ଗାଘାଟ ରୁ ମୁନିସିପେଣ୍ଠ : ୧୦୦୦କିମି ଚାଲି ଚାଲି ନିଜ ଗାଁରେ ଆସି ଶିବଙ୍କୁ ଜଳଲାଗି କଲେ ୨ କାଉଡିଆ

ଏହି ଶ୍ରାବଣ ମାସରେ ଜଳ ଲାଗି କରିବା ପାଇଁ କାଉଡିଆ ମାନେ ବିଭିନ୍ନ ମାନସିକ କରି ଶିବଙ୍କ ମଥାରେ ଜଳ ଢାଳିଥାନ୍ତି । ତେବେ ଏହି ଅବସରରେ ବିହାର ସ୍ଥିତ ସୁଲତାନ ଗଙ୍ଗା ନଦୀରୁ ପାଣି ଆଣି ଦୀର୍ଘ ୧୦୦୦ କିଲୋମିଟର ଚାଲି ଚାଲି ଆଜି ମୁନିସିପେଣ୍ଠ ଗ୍ରାମରେ ପହଞ୍ଚିଛନ୍ତି ସେହି ଗ୍ରାମର ଦୁଇ କାଉଡିଆ ।

ଛତ୍ରପୁର(କେନ୍ୟୁଜ୍):  ଶ୍ରାବଣ ମାସ ହେଉଛି ପ୍ରଭୁ ଶିବଙ୍କ ମାସ । ଏହି ମାସରେ ଦେବ ଦେବ ମାହାଦେବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ଶ୍ରାବଣ ମାସ ଆରମ୍ଭ ସହ ଭଗବାନ ଶିବଙ୍କ ଉପାସନା ଆରମ୍ଭ ହୋଇଥାଏ । ଭୋଳାନାଥଙ୍କ ଏହି ପବିତ୍ର ମାସ ଶିବ ଭକ୍ତଙ୍କ ପାଇଁ ବହୁତ ସ୍ଵତନ୍ତ୍ର ଥାଏ ।

ତେବେ ଶ୍ରାବଣ ମାସରେ ଶିବଭକ୍ତ ମାନେ କାଉଡି ଯାତ୍ରା କରିଥାନ୍ତି । ପ୍ରତ୍ୟେକ କାଉଡିଆ ସାଙ୍ଗରେ ବାହୁଙ୍ଗି ଧରି ପାଣି ଭାର ନେଇ ବିଭିନ୍ନ ଶୈବପୀଠକୁ ଯାଇଥାନ୍ତି ।
ବିଭିନ୍ନ ନଦୀ ଘାଟରୁ ଏମାନେ ପାଣି ଭାର ଉଠାଇ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି । ବୋଲ ବମ୍‌ ହର ହର ବମ ଧ୍ୱନିରେ କମ୍ପିଥାଏ ସମଗ୍ର ପରିବେଶ । ତେବେ ଏହି ସମୟରେ ଲୋକମାନେ ଅନେକ ନିୟମ ପାଳନ କରିଥାନ୍ତି ।

ଏହି ଶ୍ରାବଣ ମାସରେ ଜଳ ଲାଗି କରିବା ପାଇଁ କାଉଡିଆ ମାନେ ବିଭିନ୍ନ ମାନସିକ କରି ଶିବଙ୍କ ମଥାରେ ଜଳ ଢାଳିଥାନ୍ତି । ତେବେ ଏହି ଅବସରରେ ବିହାର ସ୍ଥିତ ସୁଲତାନ ଗଙ୍ଗା ନଦୀରୁ ପାଣି ଆଣି ଦୀର୍ଘ ୧୦୦୦ କିଲୋମିଟର ଚାଲି ଚାଲି ଆଜି ମୁନିସିପେଣ୍ଠ ଗ୍ରାମରେ ପହଞ୍ଚିଛନ୍ତି ସେହି ଗ୍ରାମର ଦୁଇ କାଉଡିଆ । ଆଉ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଛି ନିଆରା ବ୍ୟବସ୍ଥା । ଢୋଲ ବାଦ୍ୟର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.