Below header

୩ଲକ୍ଷ ଦିଆସିଲି କାଠିରେ ତିଆରି କଲେ ତାଜମହଲ, ଗିନିଜ ଓ୍ଵାଲର୍ଡ ରେକର୍ଡ ଭାଙ୍ଗିବାକୁ ଇଚ୍ଛା

ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ରହୁଥିବା ୨୨ ବର୍ଷୀୟ ସହେଲି ପାଲ ୩ ଲକ୍ଷରୁ ଅଧିକ ଦିଆସିଲି କାଠିରେ ତାଜମହଲର ପ୍ରତିରୂପ ତିଆରି କରିଛନ୍ତି। କୃଷ୍ଣାନଗର ଘୁରନି ଅଞ୍ଚଳରେ ରହୁଥିବା ସହେଲି ପାଲ ଇରାନର ମେସମ୍ ରହମାନୀଙ୍କ ଗିନିଜ୍ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି। ମେସମ୍ ରହମାନୀ ୨୦୧୩ ମସିହାରେ ୧ ଲକ୍ଷ ୩୬ ହଜାର ୯୫୧ ଦିଆସିଲି କାଠିରେ ୟୁନେସ୍କୋର ଲୋଗୋ ତିଆରି କରିଥିଲେ।

କୋଲକାତା ବିଶ୍ୱ ବିଦ୍ୟାଳୟରେ ଇଂରାଜୀରେ ଏମ.ଏ କରୁଥିବା ସହେଲି ପାଲ ୬ ଫୁଟ ଲମ୍ବ ୪ ଫୁଟ୍ ଚଉଡା ବୋର୍ଡରେ ତାଜମହଲର ପ୍ରତିରୂପ ତିଆରି କରିଛନ୍ତି। ଗିନିଜ୍ ୱାର୍ଲଡ ରେକର୍ଡର ଗାଇଡଲାଇନ ପାଇବା ପରେ ଅଗଷ୍ଟ ମଧ୍ୟ ଭାଗରେ କାମ ଆରମ୍ଭ କରିଥିଲେ। ସେପ୍ଟେମ୍ବର ୩୦ ତାରିଖରେ ସେ ଏହି କାମକୁ ସମ୍ପୂର୍ଣ୍ଣ କରିଛନ୍ତି। ଏହି କଳାକୃତିର ଏକ ଭିଡିଓ ତିଆରି କରାଯାଇଛି । ଏହି ଭିଡିଓକୁ ଖୁବ ଶୀଘ୍ର ଗିନିଜ୍ ୱାର୍ଲଡ ରେକର୍ଡ ଅଧିକାରୀଙ୍କୁ ପଠାଯିବ।

taj

ସହେଲି ପାଲ କହିଛନ୍ତି, ତାଜମହଲ ପ୍ରତିରୂପ ତିଆରି କରିବାରେ ସେ ଦୁଇଟି ରଙ୍ଗର ଦିଆସିଲ କାଠି ବ୍ୟବହାର କରିଛନ୍ତି । ଯେପରିକି ରାତିରେ ତାଜମହଲର ସ୍ୱରୂପ ପ୍ରଦର୍ଶିତ ହୋଇପାରିବ। ୨୦୧୮ ମସିହା ରେ ସେ ମା’ଦୁର୍ଗାଙ୍କ ମୁହଁର ସବୁଠାରୁ ଛୋଟ ମୂର୍ତ୍ତି ତିଆରି କରି ବିଶ୍ୱ ରେକର୍ଡ କରିଥିଲେ। ସହେଲି ପାଲଙ୍କ ପିତା ସୁବୀର ପାଲଙ୍କୁ ୧୯୯୧ ମସିହାରେ ମୂର୍ତ୍ତି ତିଆରି ପାଇଁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। ସହେଲି ପାଲଙ୍କ ଜେଜେବାପା ବୀରେନ ପାଲଙ୍କୁ ମଧ୍ୟ ୧୯୮୨ ମସିହାରେ ମୂର୍ତ୍ତି ତିଆରି ପାଇଁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। ସେ ନିଜ ବାପା ଓ ଜେଜେବାପାଙ୍କ ଏହି କଳାକୃତିକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ବୋଲି ସହେଲି ପାଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.