ଆଇପିଏଲ ୨୦୨୦: ଆଜି ମୁହାମୁହିଁ ହେବେ ହାଇଦ୍ରାବାଦ ବନାମ ମୁମ୍ବାଇ, ମ୍ୟାଚ ଜିତିବାକୁ ହାଇଦ୍ରାବାଦ କରିବ ସମସ୍ତ ଉଦ୍ୟମ

ଆଇପିଏଲ୍‌ ସିଜିନ ୧୩ର ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ଭାରତୀୟ ସମୟ ଅନୁସାରେ ୩.୩୦ ଏବଂ ଦ୍ୱିତୀୟ ମ୍ୟାଚ ୭.୩୦ରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ରହିଥିବା ବେଳେ ଦ୍ୱିତୀୟ ମ୍ୟାଚରେ କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ମୁମ୍ବାଇ ଏବଂ ହାଇଦ୍ରାବାଦ ମ୍ୟାଚ ସାରଜାହା କ୍ରିକେଟ ଷ୍ଟାଡିଅମରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିଅମରେ ଖେଳାଯିବ। ହାଇଦ୍ରାବାଦ ଗତ ଦୁଇଦିନ ତଳେ ଚେନ୍ନାଇଠାରୁ ବିଜୟ ଛଡାଇ ଆଣିଥିବା ବେଳେ ମୁମ୍ବାଇ ବିପକ୍ଷରେ ମ୍ୟାଚ ଜିତିବାକୁ ଚେଷ୍ଟା କରିବ। ସେହିପରି ମୁମ୍ବାଇ ମଧ୍ୟ ଏହି ମ୍ୟାଚ ଜିତିବା ପାଇଁ ସବୁ କୌଶଳ ଆପଣାଇବ।

ipl

ହାଇଦ୍ରାବାଦ ସମ୍ଭାବ୍ୟ ଦଳ: ଡେଭିଡ ଓ୍ଵାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ବିଜୟ ଶଙ୍କର, ମହମ୍ମଦ ନବି, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି ନଟରାଜନ।

ମୁମ୍ବାଇ ସମ୍ଭାବ୍ୟ ଦଳ: କ୍ୱିନଣ୍ଟିନୋ ଡି କକ୍‌, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, କିଦନଓନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କନାଲ ପାଣ୍ଡ୍ୟା, ଜେମସ୍‌ ପାଟିସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା।