ଗଞ୍ଜାମ: ମଳ ମାସ ପାଇଁ ଛିଣ୍ଡିଲାନି ଭାଗ,ଦାଣ୍ଡରେ ରହିଲେ ମା‘ ଛଅ ଘଣ୍ଟା  

ଗଞ୍ଜାମ(କେନ୍ୟୁଜ୍):  ବୟସର ଅପରାହ୍ନରେ ମାଆ ହୋଇଗଲା ଅଲୋଡା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ଯୋଡା ଆଶ୍ବିନ  ମାସ ପାଇଁ  ଜନ୍ମ କଲା ମାଆକୁ  ଅପରାହ୍ନ ଚାରିଟା ରୁ ରାତି ଦଶଟା ଯାଏଁ ଦାଣ୍ଡରେ ରହିବାକୁ ପଡିଛି । ସୂଚନା ମୁତାବକ  ଗାଁର ସ୍ବର୍ଗତ  ପଦ୍ମଚରଣ ପାଢୀଙ୍କ ଚାରି ପୁଅମାନେ ବାପାଙ୍କ ମୃତ୍ୟୁ ପରେ ମାଆଙ୍କୁ ମାସିକ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ଚାରି ପୁଅ ମଧ୍ୟରୁ ଦୁଇ ପୁଅ ମୃତ୍ୟୁ ବରଣ କରିସାରିଛନ୍ତି ।

ଗତକାଲି ସାନ ପୁଅ ତାଙ୍କ ପାଳି ସରିବା ପରେ ବଡ ପୁଅ ଘରକୁ ନେଇ ଛାଡିଥିଲେ । କିନ୍ତୁ ବଡପୁଅଙ୍କ କହିବା କଥା ହେଲା ଯୋଡା ଆଶ୍ବିନ ମାସ ସରିନାହିଁ ତେଣୁ ମୁଁ ରଖିବି ନାହିଁ ଏହା କହି ମାଆଙ୍କୁ ସାନ ପୁଅର ଦାଣ୍ଡରେ ଆଣି ଛାଡି ଦେଇଥିଲେ ।ଏହାକୁ ନେଇ ଛଅ ଘଣ୍ଟା ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ମାଆ ରହିବା ପରେ ଗାଁ ଲୋକଙ୍କ ଉପସ୍ଥିତିରେ ବୈଠକ ବସିଥିଲା ।ଏଥିରେ ମାଆଙ୍କୁ ସାନ ପୁଅ ପାଖରେ ଛାଡିବାପାଇଁ ବୌଠକରେ ନିଷ୍ପତ୍ତି ହୋଇଥିଲା। ଏହି  ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।