କ୍ୟୁଟ ମୁଣ୍ଡରେ ପ୍ରଜାପତି ମୁକୁଟ, ଦୃଶ୍ୟ ଦେଖି ଆପଣଙ୍କ ମନ ବି ଖୁସିରେ ଫୁଲି ଉଠିବ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଦେଖିଲେ ଆପଣଙ୍କର ବି ଖୁସିର ସୀମା ରହିବ ନାହିଁ | ଦୃଶ୍ୟଟି ବେଶ ମନଲୋଭା । ପ୍ରକୃତରେ ଏକ ଛୋଟ କ୍ୟୁଟ ଶିଶୁ ନିଜ ମା’ କୋଳରେ କାଖ ହୋଇଛି । ଏହି ସମୟରେ ଏକ ସୁନ୍ଦର ପ୍ରଜାପତି କେଉଁଠୁ ଆସି ଶିଶୁଟିର ମୁଣ୍ଡ ଉପରେ ବସି ପଡିଛି । ଆଉ ନିଜ ପଙ୍ଖ ମେଲେଇ ନିଜ ସୌନ୍ଦର୍ଯ୍ୟ ପ୍ରଦର୍ଶିତ କରୁଛି । ଆପଣ ଭାବୁଥିବେ ଏହା କୌଣସି ନକଲି ପ୍ରଜାପତି ବୋଧେ । କିଏ ଯେମିତି ଆଣି ତା ମୁଣ୍ଡ ଉପରେ ବସାଇ ଦେଇଛନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏହା କୌଣସି ନକଲି ପ୍ରଜାପତି ନୁହେଁ, ପୁରା ଅସଲି ପ୍ରଜାପତି । ଆଉ ଏକ ମଜାର କଥା ଯେ, ୫୬ ସେକେଣ୍ଡର ଏହି ଭିଡିଓ ଟିରେ ପ୍ରଜାପତିଟି ଥରେ ବି ଶିଶୁ ମୁଣ୍ଡ ଉପରୁ ଉଡିକି ଯାଇନାହିଁ । ଲୋକଙ୍କୁ ପ୍ରଜାପତିର ଏହି କାରସାଦି ଓ ଶିଶୁ ଟିର ରିଆକ୍ସନ ଖୁବ ପସନ୍ଦ ଆସିଛି ।

ଏହି ଭିଡିଓ ଟ୍ୱିଟର ୟୁଜର @Rex Chapman ସେୟାର କରିଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତିକି, ଏହି ଶିଶୁର ଡ୍ରେସରେ ଅସଂଖ୍ୟ ପ୍ରଜାପତି ଅଛନ୍ତି । ଆଉ ପ୍ରକୃତ ପ୍ରଜାପତି ଟି ତା ମୁଣ୍ଡ ଉପରେ ଆସି ବସି ପଡିଛି । ଏହି ଭିଡିଓ ଟିକୁ ଏଯାବତ 6 ଲକ୍ଷ ରୁ ଅଧିକ ଜଣ ଦେଖିବା ସହ 18 ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି ।

Leave A Reply

Your email address will not be published.