Below header

୨୦ ବର୍ଷରେ ଜମା କରିଛନ୍ତି ୫,୦୦୦ ମହିଳା ଅନ୍ତଃବସ୍ତ୍ର, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଦକ୍ଷିଣ ଚୀନର ହେନାନ ଅଞ୍ଚଳରେ ରହୁଥିବା ଜଣେ ସ୍ୱାସ୍ଥ୍ୟକର୍ମୀଙ୍କର ଅଜବ ସଉକ ବିଷୟରେ ଜାଣିଲେ ଆପଣ ବି ତାଜୁବ ହୋଇଯିବେ। ସେ ବିଗତ ୨୦ ବର୍ଷ ହେବ ୫,୦୦୦ରୁ ଅଧିକ ମହିଳାଙ୍କ ଅନ୍ତଃବସ୍ତ୍ର ସଂଗ୍ରହ କରିଛନ୍ତି, ଯାହାକି ଭିନ୍ନ ଭିନ୍ନ ରଙ୍ଗ ଏବଂ ଆକାରର। ଏବେ ଏହି ବ୍ୟକ୍ତି ନିଜ ସଂଗୃହୀତ ଅନ୍ତଃବସ୍ତ୍ରଗୁଡ଼ିକର ଏକ ମ୍ୟୁଜିୟମ ତିଆରି କରିବାକୁ ଚାହୁଁଛନ୍ତି।

୫୬ ବର୍ଷୀୟ ଚେନ କୁହନ୍ତି, ତାଙ୍କ ପାଖରେ ଯେତିକି ବି ଅନ୍ତଃବସ୍ତ୍ର ଅଛି, ସେଥିମଧ୍ୟରୁ ଅଧିକାଂଶ କଲେଜ ଯୁବତୀମାନେ ସ୍ୱଇଚ୍ଛାରେ ତାଙ୍କୁ ଦାନ କରିଛନ୍ତି। ସେ ସ୍ତନ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କଲେଜକୁ ଯାଇଥିବା ବେଳେ ସେଠି ଅନେକ ଅନ୍ତଃବସ୍ତ୍ର ସଂଗ୍ରହ କରିଥିଲେ।

bra5

ତେବେ ସେହି ସମୟରେ ଯୁବତୀମାନେ ଜାଣିବାକୁ ପାଇଲେ କି, ବ୍ୟକ୍ତିଙ୍କର ବ୍ରା ସଂଗ୍ରହ କରିବାରେ ସଉକ ରହିଛି। କିନ୍ତୁ ଯେତେବେଳେ ଚେନ ସେମାନଙ୍କୁ ସ୍ପଷ୍ଟ କରିଥିଲେ ଯେ ସେ କେବଳ ଭୁଲ ସାଇଜର ଅନ୍ତଃବସ୍ତ୍ର ବା ଅଧିକ ଟାଇଟର ଅନ୍ତଃବସ୍ତ୍ର ପିନ୍ଧିବାକୁ ରୋକିବା ପାଇଁ ଏପରି କରୁଛନ୍ତି, ସେତେବେଳେ ଯୁବତୀମାନେ ତାଙ୍କୁ ଭୁଲ ମାପର ଅନ୍ତଃବସ୍ତ୍ର ଦେଇ ଦେଇଥିଲେ।

୧୯୮୦ରେ ଇଣ୍ଟର୍ନସିପ ସମୟରେ ଚେନ ଅନୁଭବ କରିଥିଲେ କି, ମହିଳାମାନେ ସ୍ତନ ସମ୍ବନ୍ଧୀୟ ସମସ୍ୟାର ବେଶି ଶିକାର ହୁଅନ୍ତି। ସେମାନଙ୍କ ଜୀବନ ବଞ୍ଚେଇବା ପାଇଁ ସେ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.