ଜେଲରେ ବିଚାରଧୀନ ମାଓବାଦୀର ମୃତ୍ୟୁ, ପରିବାର ଲୋକେ ଆଣୁଛନ୍ତି ହତ୍ୟା ଅଭିଯୋଗ

ମାଲକାନଗିରି (କେନ୍ୟୁଜ୍‌) : ପୁଣି ଜେଲରେ ବିଚାରଧୀନ ମାଓବାଦୀର ଆତ୍ମହତ୍ୟା ଅଭିଯୋଗ। ମାଲକାନଗିରି ସବଜେଲରେ ଆତ୍ମହତ୍ୟା କରିଛନ୍ତି କଏଦୀଜଣକ। ତେବେ ଏହା ସ୍ୱାଭାବିକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ୨ ମାସ ତଳେ ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡା ଗାଁର ଦନୁ ଗୋଲରୀ ବିିଭିନ୍ନ କେସରେ ମାଲକାନଗିରି ପୁଲିସ ଦ୍ୱାରା ଗିରଫ ହୋଇ ଜେଲରେ ଥିଲେ। ଦନୁ ଜଣେ ମାଓବାଦୀ ବୋଲି ଜଣାପଡ଼ିଛି।

ଗତକାଲି ସଂଧ୍ୟାରେ ଜେଲରେ ତାଙ୍କ ଗଳା ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ତେବେ ଆଜି ମାଲକାନଗିରି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କୁ ଗତକାଲି ଏ ଖବର ନଜଣାଇ ଆଜି ମୃତ୍ୟୁ ପରେ ଖବର ଦେଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମାସକ ମଧ୍ୟରେ ଦୁଇଜଣ ବିଚାରଧୀନ କଏଦୀଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି।

 

You might also like