ଚକଲଗା ଗାଡ଼ିରେ ୬୦୯ ବର୍ଷ ପୁରୁଣା ମସ୍‌ଜିଦ୍‌କୁ କରାଗଲା ୩ କିଲୋମିଟର ସ୍ଥାନାନ୍ତର, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ବିଜ୍ଞାନ ଯେତିକି ଯେତିକି ପ୍ରଗତି କରୁଛି ଆମେ ଆମ ପୁରାତନ ଜିନିଷକୁ ବଞ୍ଚାଇବାକୁ ମଧ୍ୟ ସେତିକି ସକ୍ଷମ ହେଉଛେ। ଜ୍ଞାନକୌଶଳ ବଳରେ ଆମେ ପୁରୁଣା ଜିନିଷକୁ ନଷ୍ଟ ନ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାରେ ମଧ୍ୟ ସଫଳ ହେଉଛେ। ନିକଟରେ ଏହାର ଏକ ପ୍ରମାଣ ଦେଖିବାକୁ ମିଳିଛି ତୁର୍କୀରେ।

ତୁର୍କୀର ହସନକେଫ୍‌ ସହରସ୍ଥିତ ୬୦୯ ବର୍ଷ ପୁରାତନ ଇୟୁବି ମସ୍‌ଜିଦକୁ ଚକ ଲଗାଇ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ମସ୍‌ଜିଦ୍‌ ଥିବା ଜାଗାରେ ଏକ ଡ୍ୟାମ୍‌ ନିର୍ମାଣ କରାଯାଉଥିବାରୁ ଏହାକୁ ସ୍ଥାନାନ୍ତର କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମସ୍‌ଜିଦର ଗୋଟିଏ ଅଂଶର ଓଜନ ପ୍ରାୟ ୨୫୦୦ ଟନ୍‌ ବା ୨୩ ଲକ୍ଷ କିଲୋଗ୍ରାମ୍‌ ହେବ ବୋଲି ଅନୁମାନ କରାଯାଉଛି।

ଦେଖନ୍ତୁ ଭିଡିଓ:

Video Courtesy: İlke Haber Ajansı

ଏତେ ବଡ଼ ମସ୍‌ଜିଦ୍‌କୁ ସ୍ଥାନାନ୍ତର କରିବା ପାଇଁ ଏକ ୩୦୦ ଚକିଆ ଗାଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା। ଏହି ଗାଡ଼ିରେ ମସ୍‌ଜିଦ୍‌ର ଗୋଟିଏ ଗୋଟିଏ ଅଂଶକୁ ଟେକି ଟେକି ତିନି କିଲୋମିଟର ଦୂର ଆଉ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ ଯେ, ହସ୍‌କେଫ୍‌ ସହର ପାଇଁ ଉଭୟ ଡ୍ୟାମ୍‌ ନିର୍ମାଣ ଓ ୬୦୯ ବର୍ଷ ପୁରୁଣା ମସ୍‌ଜିଦ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଣୁ ପ୍ରଶାସନ ଡ୍ୟାମ୍‌ ନିର୍ମାଣ ପୂର୍ବରୁ ମସ୍‌ଜିଦ୍‌କୁ ସ୍ଥାନାନ୍ତର କରିଥିଲା।

ରିପୋର୍ଟ ମୁତାବକ, ୨୦୧୭ ମସିହାରେ ଏକ ନୂଆ ସ୍ଥାନରେ ମସ୍‌ଜିଦ୍‌କୁ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏବେ ପୁରୁଣା ମସ୍‌ଜିଦ୍‌କୁ ଖଣ୍ଡ ଖଣ୍ଡ କରି ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମସ୍‌ଜିଦ୍‌ର ୩ ଖଣ୍ଡ ଅଂଶ ନୂତନ ମସ୍‌ଜିଦ୍‌ ନିର୍ମାଣ ହେଉଥିବା ସ୍ଥାନରେ ପହଞ୍ଚିସାରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.