Below header

୨୬୦୦ ଟଙ୍କା ବିଲ୍‌ ରେ ୮ ଲକ୍ଷ ଟଙ୍କାର ଟିପ୍ସ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଆମେରିକାରେ ଜଣେ ବ୍ୟକ୍ତି ୱେଟରଙ୍କୁ ଏମିତି କିଛି ଟିପ୍ସ ଦେଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର ୨୬୦୦ ଟଙ୍କାର ଖାଦ୍ୟ ଖାଇ ଜଣେ ବ୍ୟକ୍ତି ୱେଟରଙ୍କୁ ୮ ଲକ୍ଷ ଟଙ୍କାର ଟିପ୍ସ ଦେଇଛନ୍ତି । ଏତେ ଟଙ୍କର ଟିପ୍ସ ପାଇବା ପରେ ୱେଟରଙ୍କ ଖୁସି କହିଲେ ନସରେ ।

ଅନେକ ଲୋକ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ଖାଦ୍ୟ ଖାଇବା ପରେ ଭଲ ସର୍ଭିସ ଦେଖି ୱେଟରମାନଙ୍କୁ ଟିପ୍ସ ଦେଇଥାନ୍ତି । ଟିପ୍ସ ଦେବା ଦ୍ୱାରା ରେଷ୍ଟୁରାଣ୍ଟରେ କାମ କରୁଥିବା ୱେଟର ଏବଂ ରୋଷେୟାମାନେ ବେଶ୍‌ ଖୁସି ହୋଇଥାନ୍ତି ଏବଂ ସେମାନେ ଆହୁରି ଭଲ ସର୍ଭିସ ଦେବାକୁ ଚେଷ୍ଟା କରନ୍ତି । କିନ୍ତୁ ଆମେରିକାରେ ଜଣେ ବ୍ୟକ୍ତି ୱେଟରଙ୍କୁ ଏମିତି କିଛି ଟିପ୍ସ ଦେଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ମାତ୍ର ୨୬୦୦ ଟଙ୍କାର ଖାଦ୍ୟ ଖାଇ ଜଣେ ବ୍ୟକ୍ତି ୱେଟରଙ୍କୁ ୮ ଲକ୍ଷ ଟଙ୍କାର ଟିପ୍ସ ଦେଇଛନ୍ତି । ଏତେ ଟଙ୍କର ଟିପ୍ସ ପାଇବା ପରେ ୱେଟରଙ୍କ ଖୁସି କହିଲେ ନସରେ । ରେଷ୍ଟୁରାଣ୍ଟ ମାନଙ୍କରେ ୱେଟରମାନଙ୍କୁ ଟିପ୍ସ ଦିଆଯାଏ କିନ୍ତୁ ୮ ଲକ୍ଷ ଟଙ୍କା ଟିପ୍ସ କଥା ଆପଣ ହୁଏତ ପ୍ରଥମ ଥର ପାଇଁ ଶୁଣୁଥିବେ । କଥାଟା ବିଶ୍ୱାସ ହେଉନଥିଲେ ବି ଏଭଳି କିଛି ସତରେ ହୋଇଛି । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।

ଏଭଳି ଘଟଣା ଆମେରିକାର ମିଶିଗନ ସହରରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ୨୬୦୦ ଟଙ୍କାର ଖାଦ୍ୟ ଖାଇବା ପରେ ଟିପ୍ସ ଭାବେ ୮ ଲକ୍ଷ ଟଙ୍କା ଦେଇଥିବା ଜଣା ପଡ଼ିଛି, ଯାହାର ବିଲ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଟିପ୍ସ ପାଇବା ପରେ ୱେଟ୍ରେସ୍ ବହୁତ ଖୁସି ହୋଇଥିଲେ । ସେ ସମସ୍ତ ଟଙ୍କା ନିଜ ସାଙ୍ଗମାନଙ୍କ ମଧ୍ୟରେ ବାଣ୍ଟିଥିଲେ ।

ରିପୋର୍ଟ ଅନୁଯାୟୀ, ମିଶିଗନର ମେସନ ଜାର ନାମକ ଏକ କାଫେରେ ମାର୍କ ନାମକ ଜଣେ ଗ୍ରାହକ ଏଭଳି ଟିପ୍ସ ଦେଇଛନ୍ତି । ଏତେ ଟଙ୍କାର ଟିପ୍ସ ଦେଖିବା ପରେ କାଫେର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଥିଲେ । ମାର୍କ ନାମକ ଏହି ଗ୍ରାହକ ୨,୬୮୯ ଟଙ୍କା ବିଲ୍ ଉପରେ ୮,୩୦,୧୬୨ ଟଙ୍କାର ଟିପ୍ସ ଦେଇଛନ୍ତି । କର୍ମଚାରୀମାନେ ଏହି ଟିପ୍ସକୁ ପ୍ରଥମେ ବିଶ୍ୱାସ କରି ପାରିନଥିଲେ ତେଣୁ କାଫେର ମ୍ୟାନେଜର ଟିମ୍ ସ୍ୱିନି ଗ୍ରାହକଙ୍କ ନିକଟକୁ ପୁଣିଥରେ ଯାଇ ଯାଞ୍ଚ କରିଥିଲେ । ପ୍ରକୃତରେ ମାର୍କ ଏତେ ଟଙ୍କାର ଟିପ୍ସ ଦେବାକୁ ଚାହୁଛନ୍ତି କି ନାହିଁ ନିଶ୍ଚିତ କରିବାକୁ ମ୍ୟାନେଜର ଜଣଙ୍କ ଗ୍ରାହକଙ୍କ ପାଖକୁ ଯାଇଥିଲେ । ଲୋକମାନେ ସାଧାରଣତଃ ବିଲରେ ଖର୍ଚ୍ଚ ହୋଇଥିବା ଟଙ୍କାର ମାତ୍ର ୧୦ରୁ ୨୦ ପ୍ରତିଶତ ଟଙ୍କା ଟିପ୍ସ ଭାବରେ ଖର୍ଚ୍ଚ କରନ୍ତି । କିନ୍ତୁ ଏହି ବ୍ୟକ୍ତି ରେଷ୍ଟୁରାଣ୍ଟରେ ୩୦,୦୦୦ ପ୍ରତିଶତରୁ ଅଧିକ ଟଙ୍କା ଟିପ୍ସ ଭାବେ ଖର୍ଚ୍ଚ କରିଥିଲେ ।

ମାର୍କ କାଫେକୁ ଏତେ ବଡ଼ ଟିପ୍ସ ଦେବାର କାରଣ ହେଉଛି ତାଙ୍କର ଜଣେ ପ୍ରିୟ ବନ୍ଧୁଙ୍କ ସ୍ମୃତି । ବ୍ୟକ୍ତି ଜଣଙ୍କ ଯେଉଁ ଟିପ୍ସ ଦେଇଥିଲେ ତାହା କାଫେରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଭାଗ କରି ନେଇଯାଇଥିଲେ । ୨୬୦୦ ଟଙ୍କା ଖାଇବା ବିଲ୍‌ ରେ ୮ ଲକ୍ଷ ଟଙ୍କାର ଟିପ୍ସ ର ବିଲ୍‌ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.