ନକଲି ସେନା ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗରେ ଚଢ଼ାଉ, ୪୮୮ ମିଟର ଯୁଦ୍ଧ ପୋଷାକ ଜବତ

ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗରେ ବ୍ରହ୍ମପୁରର ଗଞ୍ଜାମ ଗେଲେକ୍ସିରେ ନାମକ ଏକ ଦୋକାନରେ ମିଲିଟାରୀ ଗୁଇନ୍ଦା ଓ ପୋଲିସର ମିଳିତ ଚଢ଼ାଉ । ୪୮୮ ମିଟର ଯୁଦ୍ଧ ପୋଷାକ ଜବତ । ଦୋକାନ ମାଲିକଙ୍କ ବିରୋଧରେ ପୋଲିସ ରୁଜୁ କଲା ଅପରାଧିକ ମାମଲା ।

ବ୍ରହ୍ମପୁର (କେନ୍ୟୁଜ୍‌) : ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗରେ ବ୍ରହ୍ମପୁରର ଗଞ୍ଜାମ ଗେଲେକ୍ସିରେ ନାମକ ଏକ ଦୋକାନରେ ମିଲିଟାରୀ ଗୁଇନ୍ଦା ଓ ପୋଲିସର ମିଳିତ ଚଢ଼ାଉ । ୪୮୮ ମିଟର ଯୁଦ୍ଧ ପୋଷାକ ଜବତ । ଦୋକାନ ମାଲିକଙ୍କ ବିରୋଧରେ ପୋଲିସ ରୁଜୁ କଲା ଅପରାଧିକ ମାମଲା । ଏହି ପୋଷାକ କୋଲକତାରୁ ଦୋକାନୀ ଆଣୁଥିବା ବେଳେ ତାହା ଲୁଧିଆନାରୁ କୋଲକତାକୁ ଆସୁଥିଲା । ଜବତ ହୋଇଥିବା ପୋଷାକର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା । ଏହି ପୋଷାକ ତିଆରି ହେଉଥିବା ସ୍ଥାନ ଓ କେଉଁ ପରିସ୍ଥିତିରେ ବିକ୍ରି ହେଉଥିଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଦେଲେ ବ୍ରହ୍ମପୁର ଏସପି ଡ଼ା ଶ୍ରବଣ ବିବେକ ଏମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.