ଚତୁର୍ଥ ଟେଷ୍ଟ ଖେଳିବେନି ବୁମରା, ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ନେଲା ନିଷ୍ପତ୍ତି

ଟିମ୍‌ ମ୍ୟାନେଜମେଣ୍ଟ ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ତାଙ୍କ ସ୍ଥାନରେ ମୁକେଶ କୁମାର କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ଦିଆଯାଇପାରେ । ଅତ୍ୟଧିକ ୱାର୍କଲୋଡ ଯୋଗୁଁ ଗୋଟିଏ ମ୍ୟାଚରେ ବିଶ୍ରାମ ଦେବାକୁ ବୁମରାଙ୍କୁ ଚତୁର୍ଥ ଟେଷ୍ଟରୁ ବାଦ୍ ଦିଆଯାଇଛି ।

ଭାରତୀୟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରା ରାଞ୍ଚି ଟେଷ୍ଟରେ ଖେଳିବେ ନାହିଁ । ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଇଣ୍ଡିଆର ବୃହତ ବିଜୟ ପରେ ବୁମରା ବିଶ୍ରାମ ନେବେ । ଟିମ୍‌ ମ୍ୟାନେଜମେଣ୍ଟ ଆସନ୍ତା ୨୩ ତାରିଖରୁ ହେବାକୁ ଥିବା ଚତୁର୍ଥ ଟେଷ୍ଟରେ ବୁମରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ତାଙ୍କ ସ୍ଥାନରେ ମୁକେଶ କୁମାର କିମ୍ବା ଅକ୍ଷର ପଟେଲଙ୍କୁ ସୁଯୋଗ ଦିଆଯାଇପାରେ ।

ଭାରତ ଇଂଲଣ୍ଡ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ୪୩୪ ରନ ବ୍ୟବଧାନରେ ଜିତିଥିଲା । ଏହି ମ୍ୟାଚ ଜିତିବା ପରେ ଭାରତ ୨-୧ରେ ଆଗୁଆ ରହିଛି । ଆଉ ୩ଟି ଯାକ ମ୍ୟାଚରେ ବୁମରା ଭଲ ପ୍ରଦର୍ଶନ କରିଥିଲେ । ଅତ୍ୟଧିକ ୱାର୍କଲୋଡ ଯୋଗୁଁ ଗୋଟିଏ ମ୍ୟାଚରେ ବିଶ୍ରାମ ଦେବାକୁ ବୁମରାଙ୍କୁ ଚତୁର୍ଥ ଟେଷ୍ଟରୁ ବାଦ୍ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ ରାଞ୍ଚିରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚରେ ବୁମରାଙ୍କ ସ୍ଥାନରେ ଅନ୍ୟ ଜଣେ ବୋଲର ଦଳରେ ସ୍ଥାନ ପାଇପାରନ୍ତି । ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଛି ।

ଖବର ମୁତାବକ, ଯସପ୍ରୀତ ବୁମରା ରାଜକୋଟରୁ ରାଞ୍ଚି ଯିବେ ନାହିଁ। ସେ ପଞ୍ଚମ ଟେଷ୍ଟ ପାଇଁ ସିଧା ଅହମ୍ମଦାବାଦ ଯିବେ ବୋଲି ଜଣାଯାଇଛି । ବୁମରା ୩ଟି ମ୍ୟାଚରେ ଏପର୍ଯ୍ୟନ୍ତ ୧୭ଟି ଓ୍ଵିକେଟ ନେଇସାରିଛନ୍ତି । ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ପଞ୍ଚମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭-୧୧ରେ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.