ସାମ୍ନାକୁ ଆସିଲା Xiaomi 14 Ultraର ଡିଜାଇନ୍‌, ୟୁଜରଙ୍କୁ ପସନ୍ଦ ଆସିଲା ନୂଆ ଲୁକ୍‌

ଲଞ୍ଚ ପୂର୍ବରୁ Xiaomiର ଫାଉଣ୍ଡର ତଥା ସିଇଓ ଲେଇ ଜୁନ୍ ଫୋନ୍ କେଉଁ କଲରରେ ଗ୍ଲୋବାଲ୍‌ ମାର୍କେଟରେ ବିକ୍ରି ହେବ ତାହା ଜଣାଇଥିଲେ । ଫାଉଣ୍ଡର ତଥା ସିଇଓ ଲେଇ ଜୁନ୍ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ Xiaomi 14 Ultraର ଦୁଇଟି କଲର ଅପ୍ସନର ଫଟୋ ସେୟାର କରିଛନ୍ତି ।

Xiaomi ଏକ ବଡ ଇଭେଣ୍ଟ କରିବାକୁ ଯାଉଛି, ଯେଉଁଥିରେ Xiaomi 14 Ultra ଲଞ୍ଚ ହେବ । ଏହି ଫୋନ ୨୨ ଫେବୃଆରୀରେ ଚୀନ୍‌ ରେ ଲଞ୍ଚ ହେବାକୁ ଯାଉଛି । ଏହା ପରେ ଅନ୍ୟ ଦେଶମାନଙ୍କରେ ଏହି ଫୋନ୍‌ ୨୫ ଫେବୃଆରୀରେ ଲଞ୍ଚ ହେବ ।

ଲଞ୍ଚ ପୂର୍ବରୁ Xiaomiର ଫାଉଣ୍ଡର ତଥା ସିଇଓ ଲେଇ ଜୁନ୍ ଫୋନ୍ କେଉଁ କଲରରେ ଗ୍ଲୋବାଲ୍‌ ମାର୍କେଟରେ ବିକ୍ରି ହେବ ତାହା ଜଣାଇଥିଲେ । ଫାଉଣ୍ଡର ତଥା ସିଇଓ ଲେଇ ଜୁନ୍ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ Xiaomi 14 Ultraର ଦୁଇଟି କଲର ଅପ୍ସନର ଫଟୋ ସେୟାର କରିଛନ୍ତି । ନିକଟରେ Xiaomi 14 Ultraର କ୍ୟାମେରା, ଟେଲିଫୋଟୋ କ୍ୟାମେରା ଏବଂ ପେରିସ୍କୋପ୍ କ୍ୟାମେରା ବିଷୟରେ ସୂଚନା ମିଳିଛି ।

Xiaomi 14 Ultra ସ୍ପେସିଫିକେସନ୍‌ :
ସୂଚନା ଅନୁଯାୟୀ Xiaomi 14 Ultra ରେ ୬.୭୪ ଇଞ୍ଚର AMOLED ଡିସପ୍ଲେ ରହିବ, ଯାହାର ରିଜୋଲ୍ୟୁସନ ୩୨୦୦ x ୧୪୪୦p ଏବଂ ୧୨୦Hz ର ରିଫ୍ରେସ୍‌ ରେଟ୍‌ ରହିବ । ଡିସପ୍ଲେରେ HDR10 + ଥିବା କୁହାଯାଉଛି । ପ୍ରୋସେସର୍ ବିଷୟରେ କହିବାକୁ ଗଲେ, ଡିଭାଇସରେ ସ୍ନାପଡ୍ରାଗନ୍ ୮ ଜେନ୍‌ ୩ ଚିପ୍ ରହିବ, ଯାହା ୧୬ GB ପର୍ଯ୍ୟନ୍ତ LPDDR5X RAM ଏବଂ ୧ TB UFS ୪.୦ ଷ୍ଟୋରେଜ୍ ସହିତ ଯୋଡି ହେବ ବୋଲି ଜଣା ପଡ଼ିଛି । ଏହି ଫୋନର ବ୍ୟାଟେରୀ କ୍ୟାପାସିଟି ୫,୩୦୦mAh ରହିବ ଯେଉଁଥିରେ ୯୦W ୱାୟର ଏବଂ ୫୦ ୱାଟ ୱାୟରଲେସ୍‌ ଚାର୍ଜିଂ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.