ପାଳିତ ହୋଇଯାଇଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

ପରିକଳ୍ପନାର ବାସ୍ତବ ରୂପରେ ଆଜି ସମସ୍ତେ ବିମୋହିତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୁଦଡିହା ଗ୍ରାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି । ୧୪ ତାରିଖ ଠାରୁ ଏହି ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର ସୂଚନା ରହିଛି ।

ପରିକଳ୍ପନାର ବାସ୍ତବ ରୂପରେ ଆଜି ସମସ୍ତେ ବିମୋହିତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୁଦଡିହା ଗ୍ରାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି । ଏନେଇ ଚଳଚଞ୍ଚଳ ସମଗ୍ର ମୟୂରଭଞ୍ଜ ଜିଲ୍ଲା । ୧୪ ତାରିଖ ଠାରୁ ଏହି ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର ସୂଚନା ରହିଛି । କଳସ ଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ରୀତି ନୀତି ଅନୁଯାୟୀ ହୋମଯଜ୍ଞ ଓ ପୂଜାପାଠ ଚାଲିଥିବା ବେଳେ ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।

ପ୍ରତେକ ଦିନ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରୁଛନ୍ତି । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଅତି ମନୋରମ ମୂର୍ତ୍ତି ଦେଖି ଭକ୍ତମାନେ ଭାବ ବିଭୋର ହେଉଛନ୍ତି । ଏହି ପ୍ରତିମା ଦେଖି କାହାର ବି ଆଖି ଲାଖିଯିବ । ପ୍ରତିଷ୍ଠା ଦିନ ସକାଳ ସମୟରୁ ବେଦ ପାଠ, ସୂର୍ଯ୍ୟପୂଜା, ଗୋ ପୂଜା, ପଞ୍ଚକର୍ମ, ଗୀତା ମହାଯଜ୍ଞ, ମହା ପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଶୟନ, ମନ୍ଦିର ଆଳତୀ, ପୁଷ୍ପାଞ୍ଜଳୀ ଓ ପ୍ରବଚନ ଆଦି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।

ମହାପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଭକ୍ତମାନେ ଏକତ୍ରିତ ହେବା ସହ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ବନିରେ କମ୍ପିଉଠିଥିଲା ପୁରା ପରିବେଶ । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସୁନ୍ଦର କାରୁକାର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏବେ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.