ବିମାନ ବନ୍ଦରରେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ, ଓହ୍ଲାଇବାର ଅଧଘଣ୍ଟା ଭିତରେ ମିଳିବ ବ୍ୟାଗେଜ

ବିମାନ ଲ୍ୟାଣ୍ଡ କରିବା ପରେ ବି ଲଗେଜ ପାଇବା ନିମନ୍ତେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରୁଥିଲେ । ନୂତନ ନିୟମ ଅନୁଯାୟୀ, ବିମାନ ପହଞ୍ଚିବାର ୧୦ ମିନିଟ୍ ମଧ୍ୟରେ ପ୍ରଥମ ଲଗେଜ ବ୍ୟାଗ ବ୍ୟାଗେଜ ବେଲ୍ଟକୁ ଯିବ । ଏଥିସହ ଶେଷ ଲଗେଜ ବ୍ୟାଗ ଅଧ ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କୁ ବ୍ୟାଗେଜ ମିଳିବାରେ ହେଉଥିବା ବିଳମ୍ବର ସମସ୍ୟା ଦୂର ହେବାକୁ ଯାଉଛି । ବ୍ୟାଗେଜ ମିଳିବାରେ ବିଳମ୍ବ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି(BCAS) । ବିମାନ ଅବତରଣ କରିବାର ଅଧଘଣ୍ଟାରେ ଯାତ୍ରୀଙ୍କୁ ବ୍ୟାଗେଜ ଡେଲିଭରୀ ହେବା ସୁନିଶ୍ଚିତ କରିବା ପାଇଁ ସମସ୍ତ ଏୟାରଲାଇନ୍ସ କମ୍ପାନୀକୁ କହିଛି BCAS । ଫେବ୍ରୁଆରୀ ୨୬ ସୁଦ୍ଧା ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଥିବା ବେଳେ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେଇ କଡା ଚେତାବନୀ ବି ଦିଆଯାଇଛି ।

ଖବର ମୁତାବକ, ନୂତନ ନିୟମ ଅନୁଯାୟୀ, ବିମାନ ପହଞ୍ଚିବାର ୧୦ ମିନିଟ୍ ମଧ୍ୟରେ ପ୍ରଥମ ଲଗେଜ ବ୍ୟାଗ ବ୍ୟାଗେଜ ବେଲ୍ଟକୁ ଯିବ । ଏଥିସହ ଶେଷ ଲଗେଜ ବ୍ୟାଗ ଅଧ ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିମାନ ଲ୍ୟାଣ୍ଡ କରିବା ପରେ ବି ଲଗେଜ ପାଇବା ନିମନ୍ତେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରୁଥିଲେ । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିଷ୍ଟାରା, ସ୍ପାଇସ ଜେଟ, AIX Connect, Air India Express ଓ Akasa ପ୍ରମୁଖ ୬ ବିମାନ କମ୍ପାନୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ବିମାନ ଅବତରଣ କରିବା ପରେ ବି ଜିନିଷ ପାଇବାକୁ ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା କରୁଥିଲେ । ତେଣୁ ବିରକ୍ତି ହୋଇପଡୁଥିଲେ । ଏହାପରେ (BCAS) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବିମାନ କମ୍ପାନୀ ଦ୍ୱାରା ବ୍ୟାଗେଜ ଡେଲିଭରୀ ହେବାକୁ ସପ୍ତାହିତ ଆଧାରରେ ମନିଟର କରାଯାଉଥିଲା । କମ୍ପାନୀର ପରଫରମାନ୍ସରେ ସୁଧାର ଆସିଲା, କିନ୍ତୁ ଏବେ ବି ଧାର୍ଯ୍ୟ ସମୟ ଅନୁସାରେ ହୋଇପାରିଲା ନାହିଁ । ତେଣୁ ବିମାନ ଅବତରଣ କରିବାର ୧୦ ମିନିଟରେ ବ୍ୟାଗେଜ ଡେଲିଭରୀ ହେବା ଆରମ୍ଭ ହୋଇ ଶେଷ ୩୦ ମିନିଟରେ ହେବାକୁ BCAS କହିଛି ।