ପୃଥିବୀରେ ମନୁଷ୍ୟର ଅସ୍ତିତ୍ୱ କେବେ ହେବ ଶେଷ ? ବୈଜ୍ଞାନିକମାନେ କମ୍ପ୍ୟୁଟର ବ୍ୟବହାର କରି କଲେ ଭବିଷ୍ୟବାଣୀ

ବର୍ତ୍ତମାନ ମଣିଷ ଏତେ ଅଗ୍ରଗତି କରିବାକୁ ଲାଗିଲାଣି, ଯେ ସେମାନେ ପୃଥିବୀ ବାହାରେ ଯଥା ମହାକାଶରେ ଯାତ୍ରା କରିବା ଆରମ୍ଭ କଲାଣି । ତେବେ ଆଜି ସମଗ୍ର ବିଶ୍ୱରେ କମ୍ପ୍ୟୁଟର ବ୍ୟବହାର କରାଯାଉଛି, କିନ୍ତୁ ଆପଣ ଜାଣିଛନ୍ତି କି କମ୍ପ୍ୟୁଟର ସାହାଯ୍ୟରେ ଭବିଷ୍ୟବାଣୀ ମଧ୍ୟ କରାଯାଇପାରୁଛି ? ଏପରି ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି ।

ଆମ ପୃଥିବୀରେ ଏପରି ସମୟ ଥିଲା ଯେତେବେଳେ ଏଠାରେ କୌଣସି ମଣିଷ ବସବାସ କରୁନଥିଲେ, ଏଠାରେ କେବଳ ଗଛ, ନଦୀ, ପର୍ବତ ଏବଂ ବିଭିନ୍ନ ପ୍ରାଣୀ ଦେଖିବାକୁ ମିଳୁଥିଲା । ତେବେ ଅନେକ ବର୍ଷ ପରେ ଆମ ପୃଥିବୀରେ ମଣିଷମାନେ ସୃଷ୍ଟି ହେଲେ ଏବଂ ଏହା ପରେ ପୃଥିବୀର ମାନଚିତ୍ର ବଦଳିଗଲା । ଧୀରେ ଧୀରେ ଜନସଂଖ୍ୟା ବୃଦ୍ଧି ପାଇଲା ଏବଂ ମଣିଷ ପୃଥିବୀର ପ୍ରତ୍ୟେକ କୋଣରେ ଶାସନ କରିବାକୁ ଲାଗିଲା । କିନ୍ତୁ ବର୍ତ୍ତମାନ ମଣିଷ ଏତେ ଅଗ୍ରଗତି କରିବାକୁ ଲାଗିଲାଣି, ଯେ ସେମାନେ ପୃଥିବୀ ବାହାରେ ଯଥା ମହାକାଶରେ ଯାତ୍ରା କରିବା ଆରମ୍ଭ କଲାଣି । ତେବେ ଆଜି ସମଗ୍ର ବିଶ୍ୱରେ କମ୍ପ୍ୟୁଟର ବ୍ୟବହାର କରାଯାଉଛି, କିନ୍ତୁ ଆପଣ ଜାଣିଛନ୍ତି କି କମ୍ପ୍ୟୁଟର ସାହାଯ୍ୟରେ ଭବିଷ୍ୟବାଣୀ ମଧ୍ୟ କରାଯାଇପାରୁଛି ? ଏପରି ବୈଜ୍ଞାନିକମାନେ ମଧ୍ୟ କହିଛନ୍ତି ।  ତାହେଲେ ଆସନ୍ତୁ ଏନେଇ କିଛି ବିଶେଷ କଥା ଜାଣିବା ଯେ ଏହା କିପରି ସମ୍ଭବ ହେବ ।

ବର୍ତ୍ତମାନ ଆମେ କରୁଥିବା ସବୁ ଜିନିଷରେ ଟେକ୍ନୋଲୋଜି ଆଗରେ ରହିଛି । ଏହି ଟେକ୍ନୋଲୋଜି ଆମକୁ ଭବିଷ୍ୟତ ଜୀବନ ବିଷୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ଠାରୁ ଆରମ୍ଭ କରି ମେସିନ୍ ଉପରେ ଆମର ଅତ୍ୟଧିକ ନିର୍ଭରଶୀଳତା ବିଷୟରେ ଅଧିକ ବୁଝାଇବାରେ ସାହାଯ୍ୟ କରିଥାଏ । ଆମ ମଧ୍ୟରୁ ଅଧିକାଂଶ ଲୋକ ଆଶା କରନ୍ତି ଯେ ସେମାନଙ୍କ ଜୀବନ ଧୀରେ ଧୀରେ ଉନ୍ନତି କରିବ । ଏହା ସହ ସମୟ ଗଡିବା ସହିତ ସମସ୍ତ ଜିନିଷଗୁଡ଼ିକ ସହଜ ହୋଇଯିବ । ତେବେ ଟେକ୍ନୋଲୋଜିର ବ୍ୟବାହର କରି ବୈଜ୍ଞାନିକମାନଙ୍କର ଏକ ଟିମ୍‌ ଏନେଇ ଅନୁମାନ କରୁଛନ୍ତି ଯେ ମଣିଷଙ୍କ ଅସ୍ତିତ୍ୱ କେବେ ଶେଷ ହେବ ।

କମ୍ପ୍ୟୁଟର ମଡେଲିଂ ବ୍ୟବହାର କରି କଲେ ଭବିଷ୍ୟବାଣୀ :
ଏହାକୁ ନେଇ କିଛି ବୈଜ୍ଞାନିକଙ୍କ ଟିମ୍‌ କମ୍ପ୍ୟୁଟର ମଡେଲିଂ ବ୍ୟବହାର କରି ଜନସଂଖ୍ୟା, ପ୍ରାକୃତିକ ସମ୍ପଦ ଏବଂ ଶକ୍ତି ବ୍ୟବହାର ଭଳି ଜିନିଷ ଉପରେ ଏକାଧିକ ତଥ୍ୟକୁ ଧ୍ୟାନରେ ରଖି ସେମାନେ ଭବିଷ୍ୟବାଣୀ କରିଥିଲେ । ବୈଜ୍ଞାନିକମାନଙ୍କ ଅଧ୍ୟୟନରେ ପ୍ରକାଶ କରାଯାଇଛି ଯେ ପୃଥିବୀରେ ଆଗାମୀ ‘ବିକାଶର ସୀମା’ ବିଷୟରେ କୁହାଯାଇଛି । ଆଗକୁ ଯାଇ ମଣିଷର ପତନ ହେବାର କାରଣ କ’ଣ ହେବ ତାହା ମଧ୍ୟ କୁହାଯାଇଛି ।

ଜାଣନ୍ତୁ କେବେ ହେବ ମଣିଷଙ୍କ ପତନ ?
ଅନୁସନ୍ଧାନରୁ ଜାଣିବାକୁ ମିଳିଛି ଯେ ଏକବିଂଶ ଶତାବ୍ଦୀର ମଧ୍ୟଭାଗରେ ସମାଜର ପତନ ଘଟିବ । ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହା ହେଉଛି ଏକବିଂଶ ଶତାବ୍ଦୀ, ଯାହା ଦ୍ୱାରା ଆମେ ଧୀରେ ଧୀରେ ପତନର ମଧ୍ୟଭାଗକୁ ଯାଉଛୁ । ବାସ୍ତବରେ ମଣିଷର ବିଲୁପ୍ତ ହେବାକୁ ଦୁଇ ଦଶନ୍ଧିରୁ କମ୍ ସମୟ ବାକି ରହିଛି । ଯଦି ଆମେ ସଠିକ୍ ଆକଳନ କରିବା, ତେବେ ଏହାକୁ ନେଇ ଆଉ ମାତ୍ର ୧୭ ବର୍ଷ ବାକି ରହିଛି, ଯେହେତୁ ବୈଜ୍ଞାନିକମାନେ ପୂର୍ବାନୁମାନ କରିଥିଲେ ଯେ ୨୦୪୦ରେ ଏହି ପତନ ଘଟିବ । କିନ୍ତୁ ବର୍ତ୍ତମାନ ଆମ ସମାଜର ପରିସ୍ଥିତି ଦେଖି ଜଣା ପଡୁଛି ଯେ ଖୁବ୍‌ ଶୀଘ୍ର ପୃଥିବୀରେ ମଣିଷଙ୍କର ଅସ୍ତିତ୍ୱ ନଷ୍ଟ ହୋଇଯିବ । ସେଥିପାଇଁ ଏନେଇ ଆମମାନଙ୍କୁ ଏବେ ଠାରୁ ସାବଧାନ ରହିବା ଉଚିତ । ଯେପରି ଆଗକୁ ଯାଇ ଲୋକମାନେ ଏପରି ପରିସ୍ଥିରକୁ ସାମ୍ନା କରିବାରୁ ବଞ୍ଚିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.