Below header

ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ପରିଣତ ବୟସରେ ନିଜ ଇଚ୍ଛାକୁ ଜୀବନ୍ତ ରୂପ ଦେଲେ ଏହି ୮୦ ବର୍ଷୀୟା ବୃଦ୍ଧା

ଭୋପାଳ: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । ପରିଣତ ବୟସରେ ବି ସେ ନିଜ ଇଚ୍ଛାକୁ ଆଉ ଜୀବନ୍ତ ରୂପ ଦେଇଛନ୍ତି । ଆଉ ସମାଜ ପାଇଁ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ । ମଧ୍ୟପ୍ରଦଶସ୍ଥିତ ଲୋହରା ଗ୍ରାମର ୮୦ ବର୍ଷୀୟା ବୃଦ୍ଧା । ନା ତାଙ୍କର ଯୁଧାୟିୟା ବାଇଗା । ସେ ଜଣେ ଆଦିବାସୀ। ଯେତେବେଳେ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ସେ ଚିତ୍ର ଶିଖିବା ପାଇଁ ଇଚ୍ଛା ପ୍ରକାଶ କଲେ । ଆଉ ଆଜି ସେ ଜଣେ ସଫଳ ଚିତ୍ରକାର ।

ଏବେ ଯୁଧାୟିୟାଙ୍କର ଚିତ୍ର ଗୁଡ଼ିକ ଇଟାଲି, ମିଲାନ ଓ ପ୍ୟାରିସ୍ ରେ ବିକ୍ରି ହେବା ପରେ ସେ ଆଜି ଅସରନ୍ତି ପ୍ରଶଂସା ସାଉଁଟିଛି। ତାଙ୍କ ଚିତ୍ରଗୁଡ଼ିକରେ ଲୁଚି ରହିଛି ତାଙ୍କ ଅନ୍ତରର କଥା। ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଦେଶ ଓ ଦେଶ ବାହାରର ଲୋକେ । ଚିତ୍ରକଳାକୁ ନେଇ ଯୁଧାୟିୟା କହନ୍ତି ଏହା ତାଙ୍କୁ ଭିନ୍ନ ଏକ ଦୁନିଆକୁ ନେଇଯାଏ, ଯେଉଁ ଦୁନିଆରେ ସେ ଏକ ମୁକ୍ତ ବିହଙ୍ଗ ପରି ଅନୁଭବ କରନ୍ତି।’

7

ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ ଏହା ମୋ ଜୀବନରେ ଅନେକ ପରିବର୍ତ୍ତନ ଆଣି ନାହିଁ। ମାତ୍ର ଏହା ଅନେକ ମହିଳାଙ୍କ ଜୀବନକୁ ବଦଳାଇପାରେ। ମୋ ବୋହୂ ଏବେ ଚିତ୍ର ପ୍ରତି ଆଗ୍ରହ୍ୟ ପ୍ରକାଶ କରିଛନ୍ତି। ଆଶା କରୁଛି ଆହୁରି ଅନେକ ମହିଳା ନିଜ ଭିତରେ ଥିବା କଳାକୁ ଲୁଚାଇନରଖି ସାମ୍ନାକୁ ଆଣିବେ।’

                                                          ଏହା ସହ ପଢନ୍ତୁ:

‘ମୋତେ ତୁମ ମେସେଜ ଜୀବିତ ରଖିଛି’, ଚାରିବର୍ଷ ପୂର୍ବେ ମରିଯାଇଥିବା ବାପାଙ୍କ ମୋବାଇଲରୁ ଝିଅକୁ ମିଳିଲା ଏଭଳି ଉତ୍ତର

୪୦ ବର୍ଷ ବୟସରେ ଯୁଧାୟିୟା ନିଜ ସ୍ୱାମୀଙ୍କୁ ହରାଇଥିଲେ। ଏବେ ସେ ତାଙ୍କର ଦୁଇ ପୁଅଙ୍କ ସହ ରହୁଛନ୍ତି। ତାଙ୍କର ଏକମାତ୍ର ଝିଅ କୁ ସେ ବିବାହ କରେଇ ସାରିଛନ୍ତି। ଯୁଧାୟିୟା ଏବେ ନିଜ ଚିତ୍ରକଳାକୁ ନେଇ ବେଶ୍ ଖୁସି ଥିବାବେଳେ ବହୁ ମହିଳାଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.