Below header

ସୋସିଆଲ ମିଡିଆରେ ଏହି ଫଟୋ କହୁଛି ଅନେକ କଥା, ଯୁବକଙ୍କ କନ୍‌ଫ୍ୟୁଜନ ଦେଖି ମଜା ଉଡ଼ାଉଛନ୍ତି ଲୋକେ

ଦୁନିଆରେ ଲୋକଙ୍କୁ ଅନେକ ପ୍ରକାର କନ୍‌ଫ୍ୟୁଜନ ଥାଏ। କିଛି ଜଣଙ୍କୁ ନିଜ ଲାଇଫ୍‌କୁ ନେଇ କନ୍‌ଫ୍ୟୁଜନ ଥାଏ ତ ଆଉ କିଛି ଜଣଙ୍କୁ ନିଷ୍ପତ୍ତି ନେବାରେ। କିନ୍ତୁ କିଛି ଲୋକଙ୍କୁ ଏମିତି କନ୍‌ଫ୍ୟୁଜନ ହୋଇଥାଏ, ଯାହା ବିଷୟରେ ଆପଣ କେବେ ଭାବି ବି ପାରିବେନି। ଏବେ ଏବେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ତାଙ୍କ ଫଟୋ ଦେଖି ବେଶ୍ ମଜା ନେଉଛନ୍ତି।

ଭାଇରାଲ ଫଟୋରେ ଦେଖିବାକୁ ମିଳୁଛି, ଯୁବକ ଜଣକ ନିଜ ଚପଲ ଖୋଜିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଚଟାଣରେ ପଡ଼ିଥିବା ଅନେକ ଚପଲ ଏକାଭଳି ଦେଖାଯାଉଛି। ଏତେଗୁଡ଼ିଏ ଚପଲ ଭିତରେ ନିଜ ଚପଲ ଖୋଜୁଛନ୍ତି ଏହି ଯୁବକ, ଯାହାଙ୍କ ଫଟୋକୁ ଲୋକେ ଖୁବ୍ ଶେୟାର କରୁଛନ୍ତି। ଏପରି କି, ୟୁଜରମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମିମ୍ସ ମଧ୍ୟ ଶେୟାର କରିବାରେ ଲାଗିଛନ୍ତି।

ଏହାସହ ପଢ଼ନ୍ତୁ: ଆମେରିକାର ଦୁଇ ପାଇଲଟ୍ ବିମାନ ଶୌଚାଳୟରେ ଲଗାଇଥିଲେ ହିଡେନ୍ କ୍ୟାମେରା, ପୁଣି ଚାଳକ ପ୍ରକୋଷ୍ଠରେ ଭିଡିଓକୁ କରୁଥିଲେ…

ତେବେ ଭାଇରାଲ ଫଟୋରେ ଦେଖିବାକୁ ମିଳୁଥିବା ଯୁବକଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ଫଟୋ କେଉଁଠିକାର, ତାହା କେହି ଜାଣିନାହାନ୍ତି। ତଥାପି ଲୋକେ ଫଟୋ ଶେୟାର କରି ମଜା ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.