Below header

ଭୁବନେଶ୍ୱର: ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସଂପର୍କ ଯାତ୍ରା, ଯୋଗଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସଂପର୍କ ଯାତ୍ରା। ଦଳୀୟ ସଭାପତି ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ କର୍ମୀଙ୍କ ପାଇଁ ଦଳ ପୁଣି ଥରେ ଲୋକଙ୍କୁ ସେବା ଦେବାର ସୁଯୋଗ ଦେଇଥିବା କହିଛନ୍ତି। ବିଜେଡି ସେବାରେ ବିଶ୍ୱାସ କରେ। ଓଡ଼ିଶାବାସୀଙ୍କ ପାଇଁ ସଂଗ୍ରାମରେ ବିଶ୍ୱାସ କଲେ। ବିଜୁବାବୁଙ୍କ ଆଦର୍ଶରେ ବିଶ୍ୱାସ କରେ। ନିକଟରେ ଓଡ଼ିଶା- ମୋ ପରିବାର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏଥିରେ ବନୀକରଣ, ରକ୍ତଦାନ ଏବଂ ଅନାଥ ଓ ଭିନ୍ନକ୍ଷମ ପିଲାଙ୍କ ଯତ୍ନ ଓ ଓଡ଼ିଶା ବାହାରେ ରହୁଥିବା ଓଡିଆଙ୍କୁ ଅସୁବିଧା, ବିପଦ ସମୟରେ ସାହାଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସେବାର ବାର୍ତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି। ଅକ୍ଟୋବର ୨ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଦଶହରା ଓ ପରେ ଦୀପାବଳୀ ପାଇଁ ସାମୟିକ ସ୍ଥଗିତ ରହିଥିଲା। ଦଳକୁ ସୁଦୃଢ କରିବାକୁ ଏହି ଜନସଂପର୍କ ଯାତ୍ରା ଅନୁଷ୍ଠିତ ହେଉଛି। ଏଥିରେ ସାମିଲ ହୋଇଛନ୍ତି ବିଧାୟକ, କର୍ପୋରେଟର ଓ ଦଳୀୟ ପଦାଧିକାରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.