ଅନଫିଟ୍ ନିରଞ୍ଜନ, ରାଜ୍ୟ କଂଗ୍ରେସରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ କଂଗ୍ରେସରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା। ବିଜେପୁର ଉପନିର୍ବାଚନ ଫଳାଫଳ ପରେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମେଳି। ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବା ପାଇଁ ଗୁପ୍ତ ଆଲୋଚନା ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ଏକ ହୋଟେଲରେ ଏହି ବୈଠକ ବସିଥିଲା। ସେଠାରେ ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବା ସହ କଂଗ୍ରେସକୁ ସଂଗଠିତ କରିବା, ଲୋକଙ୍କ ସମସ୍ୟାକୁ ଯଥାର୍ଥ ଭାବରେ ଉପସ୍ଥାପନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ସମ୍ପର୍କରେ ସଚେତନତା କରିବା ଆଦି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ କାର୍ଯ୍ୟସୂଚୀ ସ୍ଥିର କରିଛନ୍ତି । ନିଷ୍ପତ୍ତି ହୋଇଛି, ମୋକିମଙ୍କୁ ପିସିସି ସଭାପତି କରିବା ନେଇ ସର୍ବସମ୍ମତ ପ୍ରସ୍ତାବକୁ ଏଆଇସିସି ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଦିଆଯିବ । ନଭେମ୍ବର ପ୍ରଥମ ସପ୍ତାହରେ ଏକ ପ୍ରତିନିଧ ଦଳ ଦିଲ୍ଲୀ ଯାଇ ସୋନିଆ ଗାନ୍ଧିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.